ବଜରଙ୍ଗ ଦଳର ଡାକରା କ୍ରମେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ସହରରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ବଲାଙ୍ଗିର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଓ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ଆଜି ଟିଟିଲାଗଡ଼ ସହରର ସମସ୍ତ ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସବୁ ବନ୍ଦ କରାଯାଇଛି । ଲୋକେ ଏହି ବନ୍ଦ ଡାକରାକୁ ସମର୍ଥନ କରି କେହି ବି ଦୋକାନ ବଜାର ଖୋଲି ନଥିଲେ । ଅନ୍ୟପଟେ ବ୍ୟାଙ୍କମାନଙ୍କୁ ଯାଇ ପିକେଟିଂ କରି ବନ୍ଦ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.