ଜିଲ୍ଲା ମାନ୍ୟତା ଦାବୀରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ରେ ୧୨ ଘଣ୍ଟିଆ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବା ନେଇ ସୂଚନା ମିଳିଛି । ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ ଜିଲ୍ଲା ସଂଗ୍ରାମୀ ଧାରଣାରେ ବସିଛନ୍ତି । ସମସ୍ତ ଯାନବାହାନ ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ଆଦି ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏନେଇ ଗତ ସପ୍ତାହରେ ଟିଟିଲାଗଡ଼ ଜିଲ୍ଲା ଦାବୀରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି । ୧୫ ଦିନ ମଧ୍ୟରେ ଜିଲ୍ଲା ଘୋଷଣା ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି । ଏନେଇ ଆଜି ବନ୍ଦକୁ ସହରବାସୀ ସମର୍ଥନ କରିଛନ୍ତି । କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ସମସ୍ତ ରାଜନୈତିକ ଦଳ ସହ ବିଭିନ୍ନ ସଂଗଠନ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.