ମୋବାଇଲ ସେବାରୁ ବଞ୍ଚିତ ବାଗଡୁଙ୍ଗୁରୀ ଗ୍ରାମ : ସାଧାରଣରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଲ୍ଲା ଆଭ୍ୟନ୍ତରୀଣ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବାଗଡୁଙ୍ଗୁରୀ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଆସୁନି ମୋବାଇଲ ନେଟ୍‌ୱର୍କ । ଗାଁରେ ବିଏସ୍‌ଏନ୍ଏଲ୍‌ ସାଙ୍ଗକୁ କୌଣସି କମ୍ପାନୀର ନେଟ୍‌ୱର୍କ ଆସୁ ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଲୋକଙ୍କ ପାଖରେ ମୋବାଇଲ ଅଛି, ବିଭିନ୍ନ କମ୍ପାନୀର ସିମ୍‌କାର୍ଡ ମଧ୍ୟ ଲଗାଇଛନ୍ତି, ହେଲେ କୌଣସି ନେଟ୍‌ୱର୍କ ଆସୁ ନଥିବାରୁ ଉପଭୋକ୍ତା ବେଶ ହଇରାଣ ହେଉଛନ୍ତି । ଡିଜିଟାଲ୍‌ ଯୁଗରେ ନେଟ୍‌ୱର୍କ ସମସ୍ୟା ଯୋଗୁଁ ଅଞ୍ଚଳର ଜନସାଧାରଣ ତଥା ଛାତ୍ରଛାତ୍ରୀ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.