jayashree

ରଂଗ ଫିକା କିନ୍ତୁ ଫୁଟିଛୁ, ବଂଚିବାର ପ୍ରୟାସରେ ଲାଗିଛୁ

  • ମୃଗାକ୍ଷୀ

୪୫ ଡିଗ୍ରୀ ଖରାରେ ଯେତେବେଳେ ଆମେ ଆମର ଫୁଟିବାର ଧର୍ମ ଛାଡୁନାହୁଁ ରେ ମାନବ, ତୁ କେମିତି ତୋର ମାନବ ଧର୍ମ ଛାଡି ଦେଉଛୁ ?ଘରେ ଆଉ କେତେଟା କେଠରୀରେ ଏସି ଲଗାଇବୁ ? ଚାରିଆଡେ ତ’ କଂକ୍ରିଟ୍ ଜଂଗଲ କଲୁ, ତାତିରୁ ତ୍ରାହି ପାଇବୁ କିପରି ? କେବେ ବୁଝିବୁ ପାଠପଢା ଯେତେବେଳ ପର୍ଯ୍ୟନ୍ତ ବ୍ୟବହାରରେ ନ ଆସିବ ଲାଭ କ’ଣ ? ଆମପରି ଛୋଟ ବଡ ସବୁ ପ୍ରକାରର ଗଛ ଲଗାଇବ, ତେବେ ତ ଆମେ ଅଙ୍ଗାରକାମ୍ଳ ବାୟୁରୁ ନେବୁ, ତା’ ହେଲେ ଗରମ କମିବ । କଂକ୍ରିଟ୍ ରାସ୍ତା ତିଆରି କର କି ଘର, ସବୁ ଜାଗାରେ ଆମ ପାଇଁ ଟିକେ ବ୍ୟବସ୍ଥା କଲେ ହୁଅନ୍ତା ନି ? ଆମେ ବଦଳରେ ପ୍ରଚୁର ପରିମାଣରେ ଶୁଦ୍ଧ ବାୟୁ ଆଉ ତାତିରୁ ନିସ୍ତାର ତ’ କରି ଦେଇପାରିବୁ ।

ହାୟ ! ରେ ଉନ୍ନତ ଜୀବ ମାନବ, ଧନ୍ୟ ତୋର ବୁଦ୍ଧି ଧନ୍ୟ ତୋର କାର୍ଯ୍ୟ ।

Leave A Reply

Your email address will not be published.