ବଲାଙ୍ଗିର ଶାନ୍ତିପଡା ଛକ ଠାରେ ସମ୍ପୁର୍ଣ୍ଣା ଅନୁଷ୍ଠାନ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଛକ ଠାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାଁ ଜଳଛତ୍ର ମଧ୍ୟ ଉଦ୍‌ଘାଟନ ହୋଇଯାଇଛି । ମହିଳାମାନଙ୍କୁ ନେଇ ଗଠିତ ସମ୍ପୁର୍ଣ୍ଣା ଏନ୍‌ଜିଓର ସଭାପତି ସନ୍ତୋଷୀ ମେହେରଙ୍କ ତତ୍ତ୍ୱାବଧାନରେ ତାଙ୍କ ସଂପାଦକ ସଂଜଳି ଶତପଥି, ସଭ୍ୟ ସଚଳା ମେହେରଙ୍କ ସକ୍ରିୟତାରେ ତଥା ପଡାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ବିଶେଷତଃ ସନ୍ତୋଷ ପାଢି, ଗଣେଷ ପ୍ରଧାନ, ସଂଜୟ ବୁଡେକ, ଜନାର୍ଦ୍ଦନ, ରାଜୁ, ପୁଟା ମିସ୍ତ୍ରୀ ସହଯୋଗରେ କାର୍ଯ୍ୟକ୍ରମ ଆଗେଇ ଥିଲା । ସମ୍ପୁର୍ଣ୍ଣା ଏନ୍‌ଜିଓର ଉପଦେଷ୍ଟା ରାଧାକୃଷ୍ଣ ମେହେର ଉପସ୍ଥିତ ରହି ଡ. ଅଙ୍କିତ ମେହେର, ଦିବ୍ୟଲୋଚନ ମେହେରଙ୍କ ସହ ଦହିପାଣି ବଣ୍ଟନ କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ ଜଳର ଆବଶ୍ୟକତା ପୁଣି ଜଳ ହିଁ ଜିବନ ଓ ରୌଦ୍ରାତାପରୁ ରକ୍ଷା କରିବା ପାଇଁ ଜଳର ଆବଶ୍ୟକତା ସମ୍ବନ୍ଧରେ ଉଦ୍‌ବୋଧନ ଦେଇଥିଲେ । ରାସ୍ତାରେ ଯାଉଥିବା ସାଇକେଲ, ମୋଟର ସାଇକେଲ ଆରୋହିମାନେ ଆସି ଆନନ୍ଦରେ ଥଣ୍ଡା ଦହିପାଣି ଗ୍ରହଣ କରି ଧନ୍ୟବାଦ ଦେଉଥିଲେ । ଶେଷରେ ସନ୍ତୋଷ ପାଢି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.