ଶ୍ରୀନୃସିଂହ ମନ୍ଦିର ବଲାଙ୍ଗିରର ଅନ୍ନପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିରର ମହନ୍ତ ମହାରାଜ ସଦଗୁରୁ ଦେବ ବ୍ରଜ ମୋହନ ଶରଣଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ସହଯୋଗରେ ପୁରୀଧାମର ରାଧାକାନ୍ତ ମଠ (ଗମ୍ଭାରୀ) ବାଳିସାହିଠାରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଭକ୍ତଗଣଙ୍କ ସେବା ପାଇଁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟ ତୁଳାଇବା ପାଇଁ ସଂଘର ସଭାପତି ଚନ୍ଦ୍ର କୁମାର ପୁରୋହିତ, ସମ୍ପାଦକ ନାରାୟଣ ପୁରୋହିତ ଓ ବରିଷ୍ଠ ସଦସ୍ୟ ବୀର ଅନନ୍ତ ପଣ୍ଡା ସମେତ ଅନେ ଭକ୍ତଗଣ ବିଶେଷ ଭାବେ ସହଯୋଗ କରିଥିଲେ । ସ୍ଥାନୀୟ ଜଗନ୍ନାଥ ସେବା ସଂଘର ସମ୍ପାଦକ ଶଶୀକାନ୍ତ ରଥ ଓ ୨୫ ଜଣ ସ୍ୱେଚ୍ଛାସେବୀ ଅର୍ଣ୍ଣପ୍ରସାଦ ବିତରଣରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶ ଥାଉ କି, ଗତ ରଥଯାତ୍ରା ସମୟରେ ବଲାଙ୍ଗିର ମଧ୍ୟ ଶ୍ରୀନୃସିଂହ ମନ୍ଦିର ସମ୍ମୁଖରେ ଭକ୍ତଗଣଙ୍କ ପାଇଁ ଅନ୍ନପ୍ରସାଦ ବିତରଣ କରାଯାଇଥିଲା । ମହନ୍ତ ମହାରାଜ ଓ ଗୁରୁଭାଇ ଓ ଭଉଣୀ ସେବା ସଂଘ ବଲାଙ୍ଗିରର ଏପରି ପବିତ୍ର ମହାନ ସେବା କାର୍ଯ୍ୟ ପାଇଁ ବୁଦ୍ଧିଜିବୀ ଓ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.