ମଦନପୁର ଏସ୍‌ଏସ୍‌ଡି ଓ ପାଣ୍ଡପଦର ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡାପଦର ପ୍ରାଥମିକ ବିଦ୍ୟାଳୟ ଓ ମଦନପୁର ଏସ୍‌ଏସ୍‌ଡ଼ି ବିଦ୍ୟାଳୟଠାରେ ଗତକାଲି ୭୪ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ମୋହନଗିରି ବନପାଳ ଯଶୋବନ୍ତ ପାତ୍ର, ମଦନପୁର ବନପାଳ ସମ୍ପଦ କୁମାର, ପ୍ରକୁତି ବନ୍ଧୁ ଶୁକଦେବ ସାହୁ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର ଓ ଦିବାକର ସାହୁ(ପାଣ୍ଡପଦର), ସହକାରୀ ଶିକ୍ଷକ କୁବେର ପଧାନ, ଏସ୍ଏସଡି ବିଦ୍ୟାଳୟ ମଦନପୁରର ସହକାରୀ ଶିକ୍ଷକ ମୁକେଶ ନାଏକ, ଅରୁଣ କୁମାର ଭୋଇ, ଅନୁରାଧା ପାଣ୍ଡେ, ଅରୁଣା ବାଲା ସ୍ୱାଇଁ, ପ୍ରିୟଙ୍କା ଭୋଇ, ସୁଶ୍ରୀତା ପଟେଲ, ପ୍ରତୁସ କୁମାର ଭୋଇ, ପ୍ରଶାନ୍ତ କୁମାର ସାହୁ, ଭଗବାନ ଧାରୁଆ, ବଗ୍ରୁ ବାହାନ ଭୋଇ, ବିକାଶ ଅଧିକାରୀ ସଦାନନ୍ଦ ପଧାନ, କୁନୁ ଛାତ୍ରିଆ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବୃକ୍ଷର ମହତ୍ତ୍ୱ ସଚେତନ କରିବା ସହ ସମସ୍ତେ ନିଜର ଜନ୍ମଦିନମାନଙ୍କରେ ଗଛ ଲଗାଇବାକୁ କହିଥିଲେ ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦୀପ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ମିନିକେତନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.