om academy

ପ୍ରକୃତି ମିତ୍ର ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

jsm

ଲୋଇସିଂହା, (କେିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ଯୋଗୀସର୍ଡାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ରେଞ୍ଜର ପାଉଲ ହରପାଲ, ଫରେଷ୍ଟର ସୁନୀଲ ମିଶ୍ର ଓ ଚିନ୍ମୟ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀ, ପରିଚାଳନା କମିଟି ସଭାପତି ଓ ଆଲୁମିନି ମାନଙ୍କୁ ନେଇ ବିଦ୍ୟାଳୟ ପରିସରରେ ସମୂହ ଚାରା ରୋପଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ ମହୋତ୍ସବ ଉପରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ, ଶିକ୍ଷକ ବୁଡୁ ପ୍ରଧାନ ଓ ଡୋଳାମଣି ସାହୁ ବୃକ୍ଷ ରୋପଣର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ କପିଳେଶ୍ଵର କୁମ୍ଭାର ସଂଯୋଜନା କରିଥିବା ବେଳେ ଇକୋ କ୍ଳବ୍ ଇନ ଚାର୍ଜ ଦୁର୍ବାଦଳ ବାଗ ଧନ୍ୟବାଦ ଦେଇଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.