ସୁଆଙ୍ଗ ମାଧ୍ୟମରେ ବନାଗ୍ନି ରୋକିବା ପାଇଁ ସଚେତନତା

ବୌଦ୍ଧ : ବନାଗ୍ନି ରୋକିବା ପାଇଁ ମର୍ଜାକୁଦସ୍ଥିତ ବାବା ଗୁପ୍ତେଶ୍ୱର ଦଣ୍ଡନୃତ୍ୟ ଓ ଗବେଷଣା କେନ୍ଦ୍ର ଓ ପ୍ରାଣୀ ସୁରକ୍ଷା ମଞ୍ଚ ପକ୍ଷରୁ ସୁଆଙ୍ଗ ମାଧ୍ୟମରେ ସଚେତନତା କରାଯାଇଥିଲା । ମାଫିଆଙ୍କ ସ୍ୱାର୍ଥ ଓ ଜଙ୍ଗଲ ସଂଲଗ୍ନ ଅଞ୍ଚଳର ଲୋକଙ୍କ ଅଜ୍ଞତା ଯୋଗୁଁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ବଢ଼ି ଚାଲିଛି । ଏନେଇ ଖଜୁରୀପଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ କଳାକାରମାନେ ଶବର ନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି । ବୌଦ୍ଧ ରେଞ୍ଜ ଅଧିକାରୀ ପ୍ରଦୀପ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫରେଷ୍ଟର ଅଭିମନ୍ୟୁ ମହାନ୍ତି, ପ୍ରଶାନ୍ତ ସେଠୀ, ଗୌରୀ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.