ଓଡିଶା ବନ୍ଦର ପ୍ରଭାବ କେସିଙ୍ଗାରେ ସଫଳ : ଅଖଚକ ସବୁ ବନ୍ଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ‘ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିକୁ ନେଇ ସହରର ବ୍ଲକ, ଏନ୍‌ଏସି, ତହସିଲ ଅଫିସ, ସ୍କୁଲକଲେଜ ବନ୍ଦ ରହିବା ସମେତ ସମସ୍ତ ବସ୍‌, ଟ୍ରକ୍‌, ଦୋକାନ ବଜାର, ବ୍ୟବସାୟିକ ବ୍ୟାଙ୍କ, ବନ୍ଦ ରହିଥିବାର ଦେଖିବାକୁ ମିଳିଛି । ଯାନବାହନ ବନ୍ଦ ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.