foot

ବଲାଙ୍ଗିର ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ବଣଭୋଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୯ ତାରିଖ ରବିବାର ଦିନ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀ ଠାରେ ଟାଉନ୍‌ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍‌ ପକ୍ଷରୁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା । ଏହି ବଣଭୋଜିରେ ଦୀର୍ଘ ୪୦ ବର୍ଷ ବ୍ୟବଧାନ ପରେ ସମସ୍ତ ଛାତ୍ରବନ୍ଧୁମାନଙ୍କର ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ସେହି ସମୟର ପୂଜ୍ୟ ଗୁରୁଜୀ କ୍ଷୀତିଶ ରଂଜନ ମେହେର, ଶଙ୍କର ହୋତା, ବାମଦେବ ମିଶ୍ର ଓ ରଘୁନାଥ ହୋତା ଯୋଗଦାନ କରିଥିବା ବେଳେ ସେହି ସମୟରେ ପିଅନ ଦାୟିତ୍ୱରେ ଥିବା ରାଇମନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱର୍ଗତ ଗୁରୁଜୀ ରବିଚନ୍ଦ୍ର ପଟ୍ଟନାୟକ, ମଧୁସୂଦନ ପାଣ୍ଡେ, ପଣ୍ଡିତ ସୁଦର୍ଶନ ତ୍ରିପାଠୀ, ମୁରାରୀ ପ୍ରସାଦ ମେହେର, ବିମ୍ବାଧର ବିଶ୍ୱାଳ, ଜନାର୍ଦ୍ଦନ ମିଶ୍ର ତଥା ଅନ୍ୟ ଗୁରୁଙ୍କ ଉଦ୍ଦେଶ୍ୟରେ ଶୋକସଭାର ଆୟୋଜନ କରାଯାଇ ସେମାନଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଥିଲା । ଉପସ୍ଥିତ ଗୁରୁଜୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୁରୁଜୀମାନେ ଛାତ୍ରମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ରବୀନ୍ଦ୍ର ମହାରଣାଙ୍କୁ ଉପସ୍ଥିତ ଛାତ୍ରମାନେ ପ୍ରଶଂସା କରିଥିଲେ । ଧ୍ରୁବଚରଣ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.