oom

ଝାରବନ୍ଧ ଡିଗ୍ରୀ କଲେଜରେ ବନ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ୟୁନିଟ ତଥା ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଝାରବନ୍ଧ ବନଖଣ୍ଡ ଅଧିକାରୀ ଗିରିଜା କୁମ୍ଭାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ସୁରକ୍ଷା ତଥା କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପ୍ରୋଗ୍ରାମ୍‌ ଅଫିସର ଶ୍ରୀମତୀ ରିତାଞ୍ଜଳି ଗୁରୁ ଓ ଯୁବ ରେଡକ୍ରସ ଅଧିକାରୀ ତାପସ ରଂଜନ ସାହୁ ଓ ସୁଶ୍ରୀ ମିନପ୍ରଭା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀମାନେ କଲେଜ ପରିସର ତଥା ଆଖ ପାଖରେ ବିଭିନ୍ନ ପ୍ରକାର କିସମର ଅନେକ ଚାରା ରୋପଣ କରିଥିଲେ । ପୂର୍ବ ବର୍ଷମାନଙ୍କରେ ରୋପିତ ଚାରାଗୁଡ଼ିକ ସୁନ୍ଦର ବୃକ୍ଷରେ ପରିଣତ ହୋଇଥିବା ତଥା ବୃକ୍ଷ ରୋପଣରେ ସ୍ୱେଚ୍ଛାସେବୀଙ୍କ ଆଗ୍ରହ ଦେଖି ବନଖଣ୍ଡ ଅଧିକାରୀ କଲେଜ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କୁ ଅନେକ ପ୍ରଶଂସା କରିଥିଲେ । ଏହି ଅବସରରେ ଅଧ୍ୟାପିକା ସୁଶ୍ରୀ ଜାଜ୍ଞସେନୀ ନାୟକ, ନବୀନ କୁମାର ମେହେର, ଗଗନ ବିହାରୀ ଦନସନା, ଡଃ ଖ୍ୟାତିମୟ ତ୍ରିପାଠୀ, ସୁଶ୍ରୀ ରଶ୍ମି ମହାଲିଂ, ଡଲଫିନ ସୁନା, ବଂଶୀଧର ସେଠୀ, ବଲ୍ଲଭ ମିର୍ଦ୍ଧା, ଅଞ୍ଜନ ବରିହା, ପ୍ରକାଶ ପ୍ରଧାନ, ଶ୍ରୀମତୀ ରୁକ୍ମଣୀ ସାହୁ, ଦୁର୍ଯ୍ୟୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.