oom

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ବନ ମହୋତ୍ସବ ୨୦୨୩ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ବନ ମହୋତ୍ସବ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ କରାଯାଇଛି । ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭ‌ ଶାନ୍ତି ମାଝୀ, ନାଏବ ସରପଞ୍ଚ ନିରଞ୍ଜନ ମେହେର, ମୋ ବିଦ୍ୟାଳୟ ଅଭିଯାନ କମିଟି ସଭାପତି ଶାନ୍ତନୁ କୁମାର ରଣା, ଅବସରପ୍ରାପ୍ତ ଖେଳ ଶିକ୍ଷକ ଭୋଜରାଜ ବେହେରା, ହେମସାଗର ମାଝୀ ତଥା ସଙ୍ଗଠନର ସଭାପତି ନବୀନ ସାହୁ, ସଂପାଦକ ହୋଲିଶ୍ଵର ଧରୁଆ ସଦସ୍ୟ ସୋମନାଥ ପଟେଲ, କୁନା ବେହେରା, ନିତାଇ ସାହୁ, ମଧୁସୂଦନ ପୁଟେଲ, ଅଜିତ ପୁଟେଲ, ରାଘବ ରଣା, ରିଙ୍କୁ ଦାସ, ଗୋଳାପ ଦାସ, ମିହିର ପସାୟତ, ପିଙ୍କୁ ରଣା, ସୁରୁ ବଗର୍ତ୍ତୀ, ସମୀର ପୋଢ, ରାଜେଶ ଦାସ, ସୁଶାନ୍ତ ପୁଟେଲ, ଶିବାଜୀ ବଗର୍ତ୍ତୀ, ବସନ୍ତ ଭୋଇ, ନିର୍ମଳ ପାଣ୍ଡେ, ତ୍ରିଲୋଚନ ମଲ୍ଲିକ, ହେମସାଗର ମଲ୍ଲିକ, ପିତାମ୍ବର ପାଣ୍ଡେ, ସାଧୁ ପାଣ୍ଡେ, ସୂର୍ଯ୍ୟ ରଣା, ଆକାଶ ବଗାର, ରମେଶ ମେହେର, ନୀଳମାଧବ ସାହୁ, ଖେଡୁ, କବିରାଜ ବେହେରା ସମେତ ଅନେକ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ ବନ ମହୋତ୍ସବକୁ ଲୋକାଭିମୁଖୀ କରିବା ପାଇଁ ତଥା ଜନଜାଗରଣ ସୃଷ୍ଟି କରିବା ପାଇଁ ଗ୍ରାମ୍ୟ ପରିକ୍ରମା କରିବା ପରେ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ, ବୃକ୍ଷ ରୋପଣ ଓ ଏକ ସଚେତନ ଧର୍ମୀ ସଭା ଅନୁଷ୍ଠିତ କରାଯାଇଥିଲା । ଅତିଥିମାନେ ବୃକ୍ଷର ମହନୀୟତା ସଂପର୍କରେ ସୁନ୍ଦର ମତାମତ ରଖିଥିବା ବେଳେ ବିଦ୍ୟାଳୟ ସହିତ ସଙ୍ଗଠନ ଯୋଡ଼ି ହେଲେ ନିଶ୍ଚିତ ଭାବରେ ବିଦ୍ୟାଳୟର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.