ବେଲପଡା ଦୀନରଘୁ ମେହେର ହାଇସ୍କୁଲଠାରେ ବନ ମହୋତ୍ସବ ପାଳିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଦୀନରଘୁ ମେହେର ହାଇସ୍କୁଲଠାରେ ୭୪ତମ ବନ ମହୋତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଞ୍ଜର ପ୍ରଭାତୀ ସେଠି ଯୋଗଦାନ କରିଥବା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାନନ୍ଦ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଅତିଥିମାନଙ୍କୁ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହାଇସ୍କୁଲ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ସଭାକୁ ପରିଚାଳନା କରିଥିଲେ । ତା’ସହିତ ବନବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା । ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ବିଜେତା ହୋଇଥିଲେ ତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଶିକ୍ଷକ ଜିତୁ ମେହେର ସଭାକୁ ପରିଚାଳନା କରିଥିବା ବେଳେ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଅନ୍ୱେଶା ସାହୁ । ସାହାଯ୍ୟ କରିଥିଲେ ପ୍ରଭାକର ସାହୁ, ସରୋଜ ରଣା, ଆଶିଷ ସାମଲ, ପ୍ରିୟଙ୍କା ପ୍ରଧାନ । ପରିଶେଷରେ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.