ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗିର ଓ ପଲ୍ଲିଶ୍ରୀ ହାଇସ୍କୁଲ, ସଦାଇପାଲିଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ବିଚାରପତି ଲଲାଟେନ୍ଦୁ ଜେନା, ସମ୍ମାନୀୟ ଅତିଥି ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ କୁମାର ଯୋଗଦେଇଥିଲେ । ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅରୁଣ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ କୁମାର ନିଜ ବକ୍ତବ୍ୟ ରଖିଥିଲେ । ସେହିପରି ପଲ୍ଲିଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ନୀତିଶ କୁମାର, ସମ୍ମାନିତ ଅତିଥି ରାମଜୀ କ୍ଲବର ସଭାପତି ଡ଼କ୍ଟର ପ୍ରମୋଦ ମିଶ୍ର ଓ ସମ୍ପାଦକ ନାରାୟଣ ମିଶ୍ର ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ଆଲୋକ କୁମାର ମେହେର ଧନ୍ୟବାଦ ଦେଇଥିଲେ । ସମସ୍ତ ତିନୋଟି ସ୍ଥାନରେ ସଭା ଉପରାନ୍ତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକ, ଡେପୁଟି ରେଞ୍ଜର ସୁନୀଲ କୁମାର ମିଶ୍ର, ବନରକ୍ଷୀ ଅଶୋକ କୁମାର ସେଠ, ବନରକ୍ଷୀ ଚିନ୍ମୟ କୁମାର ପ୍ରଧାନ ସହଯୋଗ କରିଥିଲେ ।