centurian jitm

ଏବିସିଡ଼ି ପଦ୍ମପୁରର ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଉଚ୍ଚ ବିଦ୍ୟାଳୟରେ ଏବିସିଡ଼ି ପଦ୍ମପୁରର ସଭାପତି ଅନିଲ ବେହେରାଙ୍କ ପୌରୋହିତ୍ୟରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ବାଗ, ସହ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବିସିଡ଼ି ସଭ୍ୟଙ୍କୁ ସ୍କୁଲକୁ ପାଛୋଟି ନେଇଥିଲେ । ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅନୁଷ୍ଠାନର ବରିଷ୍ଠ ପରାମର୍ଶଦାତା କେଶରଞ୍ଜନ ପ୍ରଧାନ ସର୍ବ ପ୍ରଥମେ ବନମୋହୋତ୍ସବ ଉପରେ ଏକ ସଚେତନତା ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସଦସ୍ୟ ଆଇନଜୀବୀ ଲିଙ୍ଗରାଜ ସାହୁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ରଘୁନାଥ ପୁରୀ ଛାତ୍ରଛାତ୍ରୀଙ୍କୁ ସମାଜ ପ୍ରତି ସାମାଜିକ ଅନୁଷ୍ଠାନମାନଙ୍କ ଥିବା ଦାୟିତ୍ୱ, ଅନୁଷ୍ଠାନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳୀର ତଥ୍ୟ ରଖିବା ସହ ଆଗାମୀ ଦିନରେ ଯୁବ ପିଢୀ ବିଭିନ୍ନ ଜନ ହିତକର କାର୍ଯ୍ୟ କରି ବୃକ୍ଷରୋପଣ, ରକ୍ତଦାନ, ସ୍ଥାନୀୟ ଲୋକ ସଂସ୍କୃତି, ଚଳଣି, ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଆଗେଇ ଆସିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପତି, ଗ୍ଲୋବାଲ ୱାର୍ମିଂଙ୍ଗର ତଥ୍ୟ ରଖିବାକୁ ଯାଇ ଦୀର୍ଘ କୋଡିଏ ବର୍ଷର ଭାରତ ଓ ଆଜିର ଭାରତରେ ଜଳବାୟୁର ପ୍ରଭାବର ତୁଳନାତ୍ମକ ତଥ୍ୟ ଓ ନବୀକରଣ ଦିଗରେ ପିଲାଙ୍କୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ବରେଣ୍ୟ ଅତିଥି ନାଟ୍ୟକାର ଅଶୋକ ବହିଦାର ଉଦ୍ଭିଦ ଓ ପ୍ରାଣୀ, ପରିବେଶର ସ୍ଥିତି, ଅନୁକୂଳ ଜଳବାୟୁର ଅଭାବରେ ବର୍ତ୍ତମାନ ବଜାର ଦ୍ରବ୍ୟ ଉପରେ ଦରଦାମ ବୃଦ୍ଧି, ଜୀବଜନ୍ତୁ, ପଶୁ ପକ୍ଷୀ ଗ୍ରାମ ଓ ସହରାଭି ମୁଖୀ ହେବା, ଜଙ୍ଗଲ ଦ୍ୱଂସର ଅନ୍ୟତମ କାରଣ ଓ ନିରକାରଣ ପାଇଁ ଯତ୍ନବାନ ହୋଇ ବନୀକରଣରେ ଛାତ୍ରଛାତ୍ରୀ ଅଧିକ ଦାୟିତ୍ୱ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ କଂସର ପଂଚାୟତର ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଂଘର ସମ୍ପାଦକ ଆନନ୍ଦ ବେହେରା ଯୋଗଦେଇ ଏବିସିଡ଼ିର ସମସ୍ତ ସଭ୍ୟଙ୍କୁ ଏଭଳି କାର୍ଯ୍ୟକ୍ରମ ସବୁ ହାତକୁ ନେଉଥିବା ଜାଣି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଛାତ୍ରଛାତ୍ରୀ ମଧ୍ୟ ଆଗାମୀ ସମୟରେ ଏଭଳି କାର୍ଯ୍ୟରେ ନିଜକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ କଂସର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଙ୍ଗଲ ସୃଷ୍ଟି ସହ ଗଛ ଲଗାଇବା ସହ ଗଛର ଯତ୍ନ ନେଇ ତାକୁ ବଢାଇବା ଅତ୍ୟନ୍ତ ଜରୁରୀ ବୋଲି ସଚେତନ କରିଥିଲେ । ସଭା ସରିବା ପରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅନ୍ୟ କର୍ମଚାରୀ ଏବଂ ଅତିଥି ସମସ୍ତଙ୍କୁ ନେଇ ୧୫୦ ଗୋଟି ଶାଳ, ପିଆଶାଳ, ଅଁଳା, ଜାମୁ, ଦେବଦାରୁ, ବଉଳ, ନିମ୍ବ ପ୍ରଭୃତି ଚାରା ରୋପଣ କରାଯାଇଥିଲା । ଅନୁଷ୍ଠାନର ସଭ୍ୟ ପ୍ରତାପ ନାଥ, ସରୋଜ ଯୋଶୀ, ସହଦେବ ମେହେର, ଶାନ୍ତ ସଂଗ୍ରାମ ଭୋଇ, କୋଷାଧ୍ୟକ୍ଷ ସୁରେଶ ମିଶ୍ର, ତୁଷାର ପ୍ରଧାନ, ସୁମନ୍ତ ସାହୁ, ସରୋଜ ଦାନୀ, ସୁଶାନ୍ତ ସରାପ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.