ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଖୁଣ୍ଟସମଲାଇ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଏ ବର୍ଷ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ପାଟଣାଗଡ ବନାଞ୍ଚଳ ଲରମ୍ଭା ମଣ୍ଡଳର ଫରେଷ୍ଟର ଗୁଣନିଧି ପରିଡା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତଙ୍କ ମିଳିତ ତତ୍ଵାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ଖୁଣ୍ଟସମଲେଇ ସମିତି ସଭ୍ୟା ସାବିତ୍ରୀ ନାଗ, ସରପଞ୍ଚ ସୁଶୀଳା ମେହେର, ଫରେଷ୍ଟ ଷ୍ଟାଫ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତିରେ ଫରେଷ୍ଟର ଶ୍ରୀ ପରିଡ଼ା ବୃକ୍ଷ ରୋପଣ କରିଥିଲେ । ଆଜିର ଆହ୍ୱ।ନ ଗୋଟିଏ ଗଛ ଗୋଟିଏ ସନ୍ତାନ ପରି ଗଛ ଲଗାଇ ତାର ଯତ୍ନ ନେବା ଓ ପରିବେଶ ସୁରକ୍ଷା କରିବାରେ ଆଗେଇ ଆସିବାକୁ ଫରେଷ୍ଟର ଶ୍ରୀ ପରିଡ଼ା ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.