ବଜ୍ରକାପ୍ତା ଉଦ୍ଧାର ପାଇଁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

ମାଲକାନଗିରି : ବଜ୍ରକାପ୍ତା ଉଦ୍ଧାର ବେଳେ ବନ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖାଯାଇଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇଥିଲେ । ଏହି ସମୟ ଗାଁ ର ୨୦ରୁ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆହତ କର୍ମଚାରିଙ୍କୁ ମାଲକାନଗିରି ଅଣାଯାଇ ଚିକିତ୍ସା କରା ଯାଉଥିବା ଜଣାପଡିଛି ।

Leave A Reply

Your email address will not be published.