ବାଘକୁ ଶିକାର କରିଥିବା ସନ୍ଦେହ କରି ୩ ଜଣଙ୍କୁ ଉଠାଇନେଲା ବନ ବିଭାଗ

ହିନ୍ଦୋଳ : ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରାଯାଇଛି । ସୂଚନାନୁସାରେ ଦୁଇ ଦିନ ତଳେ ବାଉଁଶପୋଖରୀ ପଞ୍ଚାୟତ ନିକଟସ୍ଥ ଗଡିଆପରା ଜଙ୍ଗଲରେ ଏକ ଚିତାବାଘର ମୃତଦେହ ମିଳିଥିଲା । ହେଲେ ବାଘକୁ ଶିକାର କରାଯାଇଥିବା ସନ୍ଦେହ କରି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଗୁରୁବାର ରାତିରେ କର୍ଣ୍ଣପୁର ଗ୍ରାମର ୩ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲେ । ଏହା ଜାଣିବା ପରେ ଶୁକ୍ରବାର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଅନ୍ୟପକ୍ଷେ ଅପରାଧରେ ଜଡ଼ିତ ନ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଛାଡ଼ି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.