centurian jitm

ବଡ଼ ମାଛକୁ ଛାଡି ଛୋଟ ମାଛ ଧରିବାକୁ ବନବିଭାଗର ତତ୍ପର

nschool

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ପ୍ରତ୍ୟେକ ବର୍ଷ ବୃକ୍ଷରୋପଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବନବିଭାଗ ହେଲେ କାହା ପାଇଁ ନିଜ ପକେଟ ଗରମ ପାଇଁ ନା ପରିବେଶ ସୁରକ୍ଷା ପାଇଁ ବୋଲି ଲୋକଙ୍କ ଅଭିଯୋଗ ହେଉଛି । ଗଛ କାଟିବା ପାଇଁ ଏବେ ମାତିଛନ୍ତି ଗଛ ମାଫିଆ ଏବଂ ନିଦାବିଷ୍ଣୁ ସାଜିଛି ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଜଙ୍ଗଲରୁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କରୁଛି ବନ ବିଭାଗ କିନ୍ତୁ ନାମକୁ ମାତ୍ର ବୋଲି ଅଭିଯୋଗ ଆସିଛି । କିଛି ଅସାଧୁ ବନ ବିଭାଗ କର୍ମଚାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ଏବେ ଜଙ୍ଗଲ ଗୁଡିକ ନଷ୍ଟ ହେବାକୁ ବସିଲାଣି । ରେଙ୍ଗାଲ, ବିଜା, ସାଗୁଆନ ଭଳି ଅନେକ ଗଛ ଲଗାଯାଇ ଏବେ ଘଞ୍ଚ ଜଙ୍ଗଲ ପାଲଟି ଥିବା ବେଳେ ଜଙ୍ଗଲ କାଟିବାରେ ଗଛ ମାଫିଆଙ୍କ ରାଜ ଚାଲୁଥିବା ମନେ ହେଉଛି । ବନ ବିଭାଗ ପେଟ୍ରୋଲିଂ ଢିଲାଥିବା ଯୋଗୁଁ ବେଧଡ଼କ୍‌ ଭାବେ ଜଙ୍ଗଲର ଗଛ ଗୁଡିକ କାଟି ହଜାର ହଜାର ଟଙ୍କାରେ ସାହୁକାର ଠାରେ ବିକ୍ରି କରାଯାଉଛି । ଅନେକ ଥର ଏହି ଅଂଚଳର ଲୋକେ ବନ ବିଭାଗକୁ ଅଭିଯୋଗ କରିଥିଲେ ଏବଂ ବନ ବିଭାଗ ଚଢ଼ାଉ କରି ମାଫିଆମାନଙ୍କୁ ଛାଡି ଦେଉଛି ବୋଲି ଅଭିଯୋଗ ମଧ୍ୟ ହୋଇଛି କିନ୍ତୁ ଟିଟିଲାଗଡ଼ ନିକଟସ୍ଥ ବାଞ୍ଜିଝାଲ ଜଙ୍ଗଲ ରାସ୍ତା ଦେଇ ଜୈନିକ ଯୁବକ ଜଣକ ସାଇକେଲ ଯୋଗେ ଘରେ ଜାଳେଣି ପାଇ କିଛି କାଠ ଘରକୁ ନେଉଥିଲେ ହେଲେ ସେଇ ରାସ୍ତାରେ ଟିଟିଲାଗଡ଼ ରେଞ୍ଜର ବାବୁଙ୍କ ଗାଡି ଯାଉଥିଲା ହଠାତ୍‌ ରେଞ୍ଜର ବାବୁ ଜଣକ ଗାଡିକୁ ଅଟକାଇ ତରତର ହୋଇ କାଠ ନେଉଥିବା ବ୍ୟକ୍ତିଙ୍କ ଠାରୁ ଟାଙ୍ଗୀଆ ଓ ସାଇକେଲ ଜବତ କରି ଘରକୁ ଯୁବକ ଯିବା ପାଇ କହିଥିଲେ । ସାଇକେଲ ଓ କାଠକୁ ଛାଡି ଯୁବକ ଜଣକ ଘରକୁ ପଳାଇଥିଲେ କିନ୍ତୁ ବଡ଼ ବଡ଼ ମାଛକୁ ଛାଡି ଛୋଟ ମାଛକୁ ବନ ବିଭାଗ ଧରିବା ପାଇ ଏତେ ତରତର କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି । ଏନେଇ ରେଞ୍ଜର ବାବୁଙ୍କୁ ପଚାରିବାରୁ ଆମ ଅଂଚଳରେ ବଡ଼ ଜଙ୍ଗଲ ନାହିଁ ଗଛ ଏବଂ କଟୁ ନାହିଁ ବୋଲି ସିଧା ସାଧା ଉତ୍ତର ଦେଇଥିଲେ । ରେଞ୍ଜର ବାବୁଙ୍କର ଏଭଳି ମନ୍ତବ୍ୟକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.

error: Content is protected !!