om academy

ମୃତ ବିଦେଶୀ ପକ୍ଷୀ ଜବତ କଲା ବନ ବିଭାଗ

jsm

ବ୍ରହ୍ମଗିରି : ଶୀତ ଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀ ଆସି ଚିଲିକାର ଶୋଭାକୁ ବଢାଇବା ସହ ସୌନ୍ଦର୍ଯ୍ୟମୟ କରିଥାନ୍ତି । କିନ୍ତୁ ଏହି ଅତିଥି ବିଦେଶୀ ପକ୍ଷୀଙ୍କ ଜୀବନ ବର୍ତ୍ତମାନ ବିପଦରେ । ଚିଲିକା ସହିତ ଚିଲିକା ସଂଲଗ୍ନ ବିଲ, ଜଳାଶୟରେ ପକ୍ଷୀମାନେ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି । ଏହାର ସୁଯୋଗ ନେଇ ପକ୍ଷୀ ଶିକାରୀ କଇଁ ବେଣ୍ଟରେ ବିଷ ମିଶାଇ ଏବଂ ଫାଶୀ ମାଧ୍ୟମରେ ପକ୍ଷୀ ଶିକାର କରୁଛନ୍ତି । ସୂଚନା ଅନୁଯାୟୀ ଗୁରୁବାକ ବ୍ରହ୍ମଗିରି ଅଧିନ ସାହାଣୀକେରା ଗାଁ ନିକଟରୁ ଏକ ମୃତ ବିଦେଶାଗତ ପକ୍ଷୀକୁ ଜବତ କରିବା ସହିତ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଦେଖି ଶିକାରୀ ବ୍ୟାଗ୍ ଧରି ଦୌଡି ପଳାଉଥିବା ବେଳେ ବନ ବିଭାଗ କର୍ମଚାରୀ ତାଙ୍କୁ କାବୁ କରିଥିଲେ । ଏହାସହ ଶିକାରୀଠାରୁ ଏକ ମୃତ ପକ୍ଷୀ ଜବତ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ । ଶିକାରୀ ଜଣକ ସାହାଣୀକେରା ଗ୍ରାମର ପବିତ୍ର ପ୍ରଧାନ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.