ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ ସେକ୍ଟର -୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପକ୍ଷରୁ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲର ପ୍ରିନସିପାଲ ଜଳଧର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ସଚେତନ ହେବା ସହ ବୃକ୍ଷ ଟିଏ ଲଗାଇ ପରିବେଶକୁ ସନ୍ତୁଳିତ ରଖିବାକୁ ଆହ୍ୱାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏନଆଇଟି ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ଡ଼. ଜ୍ୟୋତି ପ୍ରକାଶ କର ଯୋଗ ଦେଇ କହିଲେ ଯେ, ପ୍ରକୃତି ଆମକୁ ସୁନ୍ଦର ପରିବେଶ ଓ ବୃକ୍ଷ ଲତା ଦେଇଛି, ତାହାର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଜୈବବିବିଧତା ବଜ।ୟୀ ରହିଲେ ପ୍ରାକୃତିକ ପରିବେଶ ସନ୍ତୁଳିତ ହୋଇ ପାରିବ ବୋଲି ଡ଼ କର କହିଥିଲେ । ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଅମ୍ଳଜାନ ପ୍ରଦାନ ସହ ମୂର୍ତ୍ତିକା ସଂରକ୍ଷଣ, ଖାଦ୍ୟ ଓ ଜୀବିକା ପ୍ରଦାନ କରିଥାଏ । ଏଣୁ ଜଙ୍ଗଲ ସମ୍ପଦର ସୁରକ୍ଷା ସାଙ୍ଗକୁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ଆହ୍ୱାନ କରିଥିଲେ । ଶିକ୍ଷୟିତ୍ରୀ ଲଳିତା ବାଣ୍ଠୁଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀମାନେ ସୁନ୍ଦର ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଶିକ୍ଷୟିତ୍ରୀ ପୁର୍ଣିମା ମୁଖୀ, ଚନ୍ଦ୍ରିମା ଚୌଧୁରୀ ସ୍ୱର୍ଣ୍ଣଲତା ସାମଲ ପ୍ରମୁଖଙ୍କ ତତ୍ୱାବଧାନରେ କୁନିକୁନି ଛାତ୍ରଛାତ୍ରୀମାନେ ଚିତାକର୍ଷକ ପରିବେଶ ସୁରକ୍ଷା ଓ ବୃକ୍ଷ ଛେଦନ ନକରିବା ବାର୍ତ୍ତା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ ଆଦିତି ପଣ୍ଡା, ପ୍ରେମ ଶ୍ରୀବାସ୍ତବ ଏମକେ ସୁଦୀପ୍ତ, ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଶ୍ରଦ୍ଧାଞ୍ଜଳି ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନ ସଭା ପରେ ସ୍କୁଲ ପରିସରରେ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଷ୍ଟାଫ ଉପସ୍ଥିତ ଥିଲେ ।

Prev Post