ନାବାଳିକା ଝିଅକୁ ରାଜସ୍ଥାନୀ ବର : ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ସ୍ଥିତ ସାଉନ୍ତଉପେର ଗ୍ରାମରେ ନାବାଳିକା ଝିଅକୁ ରାଜସ୍ଥାନୀ ବର ସାଙ୍ଗରେ ବିବାହ କରିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ । ଖବର ପାଇବା ପରେ ପ୍ରଶାସନ ପହଞ୍ଚି ବିବାହକୁ ବନ୍ଦ କରିବାରେ ସଫଳତା ହାସଲ କରିଛି । ସୂଚନା ମତେ, ବ୍ଳକର ସାଉଁନ୍ତଉପେର ଗ୍ରାମର ସୁରେନ୍ଦ୍ର ବାରିକଙ୍କ ନାବାଳିକା ନାତୁଣୀ ସହ ରାଜସ୍ଥାନର ରାକେଶ ଶର୍ମାଙ୍କ ଗତ ଶୁକ୍ରବାର ରାତିରେ ବିବାହ ସମ୍ପନ୍ନ କରି ଦେଇଥିଲେ ପରିବାର ଲୋକେ । ଏହା ପରେ ଗତକାଲି ରାଜସ୍ଥାନକୁ ଯିବା ପାଇଁ ସଜବାଜ ହେଉଥିବା ବେଳେ ଖବର ପାଇବା ପରେ ସ୍ଥାନୀୟ ସିଡ଼ିପିଓ ସବିତା ଦାସ, ସୁପର ଭାଇଜର ବାସନ୍ତୀ ଜାନୀ ଓ ପୁଲିସ ପ୍ରଶାସନ ଘଟଣା ସ୍ଥାନରେ ପହଞ୍ଚି ନାବାଳିକା ଝିଅ ଓ ରାଜସ୍ଥାନୀ ପୁଅକୁ ଥାନାରେ ଆଣି ପଚରାଉଚରା କରିଥିଲେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ । ଯେଉଁ ଦିନ ପର୍ଯ୍ୟନ୍ତ ୧୮ ବର୍ଷ ନ ପୁରିଛି ସେହି ଦିନ ପର୍ଯ୍ୟନ୍ତ ବାହା ହୋଇ ପାରିବେ ନାହିଁ ବୋଲି ପ୍ରଶାସନ ପରିବାର ଲୋକଙ୍କୁ ବୁଝାଇ ଥିଲା । ପରେ ସିଡ଼ବ୍ଲୁସି ସଦସ୍ୟ ନିଳାମ୍ବର ମାଝୀଙ୍କୁ ହସ୍ତାନ୍ତର କରିଥିଲେ । ଏହା ପରେ ନାବାଳିକା ଝିଅଙ୍କୁ ଦେଓଗାଁ ସାଲେପାଲି ସ୍ଥିତ ଆଶ୍ରମରେ ରଖାଯାଇ ଥିବା ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.