୪ଟି ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ୪ଟି ବାଲ୍ୟ ବିବାହକୁ ପ୍ରଶାସନ ଅଟକାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବ୍ଲକ ଅନ୍ତର୍ଗତ କୁରେଶ୍ୱର, ଝଗ୍ରାହୀ, ସିଲାଟି, ଦର୍ଲିପଡ଼ା ପଂଚାୟତରେ ହେବାକୁ ଥିବା ବିବାହ ବିଷୟରେ ପ୍ରଶାସନ ଖବର ପାଇ ଉକ୍ତ ବିବାହ ଗୁଡ଼ିକୁ ଅଟକାଇଥିବା ଜଣାପଡ଼ିଛି । ନୂଆପଡ଼ା ଚାଇଲ୍ଡ ଲାଇନ, କୋମନା ଆଇସିଡ଼ିଏସ୍‌ କତ୍ତୃପକ୍ଷ ସଂପୃକ୍ତ ନାବାଳିକା ମାନଙ୍କ ଘରକୁ ଯାଇ ଗାଁର ଭଦ୍ରବ୍ୟକ୍ତି ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ବାଲ୍ୟ ବିବାହ ଆଇନ ଓ ଏହାର ପରିଣତି ବିଷୟରେ ବୁଝାଇ ବିବାହଟିକୁ ଅଟକାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!