om academy

ବାଲୁକା କଳାରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଉଦିୟମାନ ଯୁବ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ବାଲୁକାଶିଳ୍ପୀ ଶୁଭେଚ୍ଛା ଜଣାଇଛନ୍ତି । ସମୁଦ୍ର ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉକ୍ତ ବାଲୁକା କଳା ଆକର୍ଷିତ କରିଥିବା ବେଳେ ବାଲୁକାଶିଳ୍ପୀଙ୍କୁ ତାଙ୍କର ଉଚ୍ଚ କୋଟିର ବାଲୁକା କଳା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.