- ୭ ଫୁଟର ଉଚ୍ଚତା ବିଶିଷ୍ଟ ଶାନ୍ତାକ୍ଳଜ ବାଲୁକାକଳା ଅଗଣିତ ଦର୍ଶକଙ୍କୁ ବିମୋହିତ କରିଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨ ଅବସରରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ୭ ଫୁଟର ଉଚ୍ଚତା ବିଶିଷ୍ଟ ଶାନ୍ତାକ୍ଳଜ ବାଲୁକାକଳାର ପ୍ରତିମୂର୍ତ୍ତି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଛି । ଏହା ମୁଖ୍ୟମଞ୍ଚର ଠିକ ପଛ ପଟେ ପ୍ରଦର୍ଶିତ ହୋଇଛି । ଦୀର୍ଘ ୨୨ ବର୍ଷ ପରେ ଏଭଳି ବାଲୁକାକଳା ତାଙ୍କ ହସ୍ତରୁ ପ୍ରସ୍ତୁତ ହୋଇଥିବା କୁହାଯାଏ । ସୁଦର୍ଶନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି ଏବଂ ତାଙ୍କୁ ଏହି କାର୍ଯ୍ୟ ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ କରିଥିବା କୁହାଯାଏ । ଏଥିରେ ପ୍ରାୟ ୩୦ କିଲୋଗ୍ରାମର ପାଚିଲା ଟମାଟୋ ପରିବାରେ ଉକ୍ତ ବାଲୁକାକଳା ସଜାଯାଇଛି । ପ୍ରଚୁର ଆଲୋକ ଓ ସୁନ୍ଦର ରଙ୍ଗଭରି ଏହାକୁ ଅଧିକା ଆକର୍ଷିତ କରାଯାଇଛି । ଏହାର ଆନୁଷ୍ଠାନିକ ଉଦ୍ଘାଟନୀ ସ୍ୱରୂପ ରବିବାର ପବିତ୍ର ଖ୍ରୀଷ୍ଟମାସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁଭେଚ୍ଛା ଜଣାଇ ନବବର୍ଷ-୨୦୨୩କୁ ସ୍ୱାଗତ କରି ଅଭିନନ୍ଦନ ଜଣାଇବା ସ୍ୱରୂପ ଗଞ୍ଜାମ ଜିଲ୍ଲାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।