lika

ନୁଆଁ ଖାଇଛନ୍ତି ବଲାଙ୍ଗିରର ରାଜ ପରିବାର

gbag

ବଲାଙ୍ଗିର : ରଜା ଘରର ନୂଆଁଖାଇ । ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଆଉ ଏଥିପାଇଁ ସାରା ପଶ୍ଚିମ ଓଡ଼ିଶା ଗର୍ଜି ଯାଉଥିବା ବେଳେ ଇଷ୍ଟଦେବୀ ମା’ଙ୍କ ଠାରେ ନବାନ୍ନ ଲାଗିଛି । ନୀତି ନିର୍ଘଣ୍ଟ ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗିବା ପରେ ମିଳିମିଶି ନୁଆଁ ଖାଇଛନ୍ତି ବଲାଙ୍ଗିରର ରାଜ ପରିବାର । ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓଙ୍କ ପରିବାର ଓ ବଲାଙ୍ଗିର ବିଧାୟକ କଳିକେଶଙ୍କ ପରିବାର ମିଳିମିଶି ନୁଆଁଖାଇ ଖାଇଛନ୍ତି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ବଲାଙ୍ଗିରର ରାଜା କନକ ବର୍ଦ୍ଦନ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିରର ମହାରାଣୀ ଶ୍ରୀମତୀ ସଙ୍ଗୀତା ସିଂହଦେଓଙ୍କ ସହ ବଲାଙ୍ଗିର ବିଧାୟକ କଳିକେଶ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମେଘ୍ନା ରାଣୀ ସିଂହଦେଓ ଏକାଂଠି ମିଶି ଭାଇ ଚାରାର ପର୍ବ ନୂଆଁଖାଇକୁ ନିଆରା ଢଙ୍ଗରେ ପାଳନ କରିଥିଲେ ।

babaa
Leave A Reply

Your email address will not be published.