oom

ମାଣ୍ଡୋସିଲ କ୍ରିକେଟ କପ୍ ଲଖନାକୁ ହରାଇ ସେମିରେ ବାଲିପଟା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପରେ ୪ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ବଖରମାଲକୁ ହରାଇ ଡୁଡୁକିଝରିଆ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଡୁଡୁକିଝରିଆକୁ ହରାଇ ଲଖନା ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଛିନ୍ଦପାଣିକୁ ହରାଇ ବାଲିପଟା ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ଲଖନା ଓ ବାଲିପଟା ମଧ୍ୟରେ କ୍ୱାର୍ଟର ଫାଇନାଲରେ ଲଖନାକୁ ହରାଇ ବାଲିପଟା ସେମି ଫାଇନାଲରେ ପ୍ରବେଶ କରିଛି । ଦେବସିଂ ଭରାସାଗର, ବେଦବ୍ୟାସ ପୁଟା, ହେମାନନ୍ଦ ବିଶ୍ୱାଳ ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିଜୟ ବରିହା ଓ ମନୋରଞ୍ଜନ ମଲ୍ଲିକ ସ୍କୋରର ଥିବା ବେଳେ ପୁଷ୍ପକାନ୍ତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲର ବିଶିଷ୍ଟ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ ବାଲିପଟା ଦଳର ମହେନ୍ଦ୍ର ଚନ୍ଦନକୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଅନିଲ ଦାସ, ଗୋକୁଳ ବିଶ୍ୱାଳ, ରାଜୁ ପୁଟା, ମହେଶ ଚନ୍ଦ୍ର ନାୟକ, ମହେନ୍ଦ୍ର ମଲ୍ଲିକ, ଦୁଃଖିଶ୍ୟାମ ସରିଆ, ଯୋଗେଶ ବିଶ୍ୱାଳ, ମୁକେଶ ବିଶ୍ୱାଳ, ଅଶୋକ ଝାଙ୍କର, ଝସକେତନ ନାୟକ, ମାନସ ନାୟକ, ଦାମୋଦର ରଣା, ସୁମନ୍ତ ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ରବିବାର ଫାଇନାଲ ମ୍ୟାଚ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.