jayashree

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁଡାମଣି ବାରିକଙ୍କ ଦିଗଦର୍ଶନରେ ଏହି ଅବସରରେ ବ୍ୟାଣ୍ଡର ତାଳେ ଏକ ସଚେତନତା ରେଲି ସହର ବୁଲି ନାରୀ ସଚେତନତାର ବାର୍ତା ଦେଇଥିଲେ । ନାରୀଶକ୍ତି ଉପରେ ପର୍ଯ୍ୟବେସିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅପରାହ୍ନରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭାରେ ମୁଖ୍ୟ ଅତିଥି ରୂପରେ ପଦ୍ମପୁର ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୋଗଦେଇ ନାରୀ ଶକ୍ତିର ଗୁଣଗାନ କରିଥିଲେ । ସମ୍ମାନିତ ଅତିଥି ରୂପେ ପଦ୍ମପୁର ଥାନା ଆଇଆଇସି ଶ୍ରୀମତୀ ମମତା ନାଏକ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷା ଦେଇଥିଲେ । ବିନାୟକ ମିଶ୍ର, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ସମାଜସେବୀ ନିରୋଜ ଦୋରା ଯୋଗଦେଇ ନାରୀଶକ୍ତିର ଆବଶ୍ୟକତା ଓ ଅବଦାନ ଉପରେ ମତ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପାଇଥିବା ଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ବଣ୍ଟନ କରିଥିଲେ । ସୁରେନ୍ଦ୍ର ଭୋଇ ସଭା ପରିଚାଳନା କରିଥିଲା ବେଳେ ବୃନ୍ଦାବନ ଦାସ ଧନ୍ୟବାଦ ଦେଇଥିଲେ । ପରିଶେଷରେ ଛାତ୍ରୀମାନେ ଶିକ୍ଷୟତ୍ରୀ ମମତା ମିଶ୍ର ଓ ପ୍ରଭାତୀ ପଟ୍ଟନାୟକଙ୍କ ନିର୍ଦେଶିତ ନୃତ୍ୟ ପରିବେଷିତ କରିଥିଲେ । ଜ୍ୟୋତ୍ସ୍ନାରାଣୀ ସାହୁ, ଜୀବନାନନ୍ଦ ସାହୁ, ମାନସ ରଞ୍ଜନ ସତପଥୀ, ପୁଜରାଣୀ ନାୟକ, ସଂଯୁକ୍ତା ଭୋଇ, ଚକ୍ରଧର ନାୟକ, ଜ୍ୟୋତିରେଖା ମହନନ୍ଦ, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସଭାକୁ ସଫଳ ମଣ୍ଡିତ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.