
• ଛତ୍ରପୁରର ବାଲିବଗଡ ଗ୍ରାମକୁ ଡାକ-ବିଭାଗ ଦ୍ୱାରା ସଂପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ଡଳ ବିଜିନେସ ଏକ୍ଜୁଟିଭ ଗୌରହରୀ ପଣ୍ଡାଙ୍କ ସଂଯୋଜନାରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବାଲିବଗଡ଼ ଗ୍ରାମରେ ଜାତୀୟ ବାଳିକା ଦିବସ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଓ ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀ ଏହି ଅବସରରେ ବାଲିବଗଡ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରିଥିଲେ । ଉକ୍ତ ଗ୍ରାମର ସମସ୍ତ ଦଶ ବର୍ଷରୁ କମ୍ ବୟସର ବାଳିକା ମାନଙ୍କର ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଡାକ ଘରେ ଖୋଲାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଷ୍ଟାଲ ଏଜେଣ୍ଟ ରବୀନ୍ଦ୍ର ଗୌଡ଼, ସିଆର୍ପି.ସୌଦାମିନୀ ଗୌଡ଼, ଗ୍ରାମ୍ୟ କମିଟି ସଦସ୍ୟ ମୂଷା ଗୌଡ଼, ଏ. କ୍ରୁେୟା ରେଡ୍ଡୀ, ଅଭିମନ୍ୟୁ ଗୌଡ଼, ଯୁବ ଇଂଜିନିୟର ଅମିତ ଗୌଡ଼ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରାମର ଉଭୟ ବାଳିକା ଓ ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଶେଷରେ ଓଭରେସିୟର ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।