ସରିଲା କଟକର ଐତିହାସିକ ବାଲିଯାତ୍ରା

କଟକ : ଶେଷ ହେଲା କଟକର ଐତିହାସିକ ବାଲିଯାତ୍ରା । ୯ ଦିନ ଧରି ଚାଲିଥିବା ଏସିଆର ସର୍ବ ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳାର ଶେଷ ଦିନରେ ଜମେଇ କି ବୁଲିଲେ ସମସ୍ତେ । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ଧରି ଚାଲିଥିବା ବେଳେ ପରେ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଫଳରେ ମଙ୍ଗଳବାର ଦିନ ମଧ୍ୟ ବାଲିଯାତ୍ରା ପଡ଼ିଆରେ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିଲା । ଚଳିବର୍ଷ ବାଲିଯାତ୍ରାରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଥିବା ବେଳେ ବାଲିଯାତ୍ରା ପ୍ରେମୀମାନେ ବି ଭରପୁର ମନୋରଞ୍ଜନ କରିଥିଲେ । ୯ ଦିନର ମଉଜମସ୍ତି ପରେ ବାଲିଯାତ୍ରା ଶେଷ ହୋଇଯାଇଥିବା ଯୋଗୁ ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକଙ୍କ ମନ ଦୁଃଖରେ ଭାରିଯାଇଛି । ବାକି ୨୦୨୪ ବାଲିଯାତ୍ରାକୁ ଅପେକ୍ଷା ରହିଲା ବୋଲି କହିଛନ୍ତି ସମସ୍ତେ ।

Leave A Reply

Your email address will not be published.