ଧୁବଲପଡା ବାଲିଘାଟ ଉପରେ ତହସିଲଦାରଙ୍କ ଅଚାନକ ଚଢ଼ାଉ : ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି ଓ ପାଟଣାଗଡ଼ ରାଜସ୍ୱ ନିରୀକ୍ଷକ କୌଣସି ସୂତ୍ରରୁ ଖବର ପାଇ ଧୁବଲାପଡା ନିକଟର ମାୟାବତୀ ନଦୀ ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ଦାୟିତ୍ୱରେ ଥିବା ମୁନସୀ ବୈକୁଣ୍ଠ ଧରୁଆଙ୍କୁ ରସିଦ ମାଗିଥିଲେ । ମୁନସୀ ଜଣକ ସରକାରୀ ନିୟମ ଅନୁସାରେ ନାମ, ଠିକଣା, ସମୟ, ୱାଇଫାର୍ମରେ ସଠିକ୍ ତଥ୍ୟ ରସିଦରେ ନଥିବା ସହ ଜେରକ୍ସ କରି ନକଲି ରସିଦ କାଟୁଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଥିଲେ । ୱାଇଫାର୍ମରେ ନକଲି ରସିଦ ଥିବା ସହ ଅନ୍ୟ ଜିଲ୍ଲା ଗୁଡିକରୁ ମଧ୍ୟ ବାଲି ଉଠାଯାଇଥିବା ଲେଖା ଯାଇଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଥିଲେ । ସରକାରୀ ନିୟମ ଅନୁଯାୟୀ ଗୋଟିଏ ବର୍ଷ ପାଇଁ ୮ ଶହ ଟ୍ରିପ ବାଲି ଉଠାଇବାର ବ୍ୟବସ୍ଥା ସେହି ଘାଟରୁ ରହିଅଛି । କିନ୍ତୁ ଲିଜ୍‌ରେ ନେଇ ଥିବା ଠିକାଦାର ପ୍ରେମାନନ୍ଦ ପ୍ରଧାନ ସରକାରୀ ନିୟମ ନ ମାନି ବେଆଇନ ଭାବରେ ବାଲି ଚୋରା ଚାଲାଣ କରୁଥିଲେ । ତହସିଲଦାର ଦୁଇଟି ରସିଦ ବହି ନଂ ୩୮୬୫୨ ଓ ୩୮୬୬୭ ଓ ଦୁଇଟି ଖାତା, ରେଜିଷ୍ଟର ସହ ୧୩ ଗୋଟି ୱାଇଫାର୍ମ ଖାତାକୁ ଜବତ କରିଥିଲେ । ଉକ୍ତ ବାଲି ଘାଟକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ତହସିଲଦାର ଶ୍ରୀ ମାଝି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.