ମା’ ମଙ୍ଗଳାଙ୍କ ବାର୍ଷିକ ବାଲିଗଜା ଯାତ୍ରା ଅନୁଷ୍ଠିତ

କୋକସରା : କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ରହିଥିବା ଆଦିବାସୀ ବହୁଳ ଗାଁ ବିରିମୁହାଣ ଠାରେ ଗ୍ରାମର ଆରାଧ୍ୟ ଦେବୀ ମା ମଙ୍ଗଳାଙ୍କ ବାର୍ଷିକ ବାଲିଗଜା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖବକ୍ତା ଆଦିବାସୀ ନେତା ୠତୁରାଜ ମାଝୀ, ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ବରିଷ୍ଠ କଳାକାର ଗୋବର୍ଦ୍ଧନ ବାଗ, ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସମାଜସେବୀ ଜିତୁ ପଣ୍ଡା, ସୁରେଶ ସାହୁ, ବିନୋଦ ସିଂ, ସାମ୍ବାଦିକ ବିଜୟ ପଣ୍ଡା, ଶରତ ଚନ୍ଦ୍ର ରାଉତସନତ ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ବାଲିଗଜା ଯାତ୍ରା ପରିଚାଳନା କରିବା ସହ ଉତ୍ସବ କମିଟି ଓ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ରେକର୍ଡ ଡ଼୍ୟାନ୍ସ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ରାଜେନ୍ଦ୍ର ବାଗ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.