oom

୪୦୦୦ କଫ୍‌ ସିରଫ ବୋତଲକୁ ଜବତ କରି ୬ ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରାଚାଲାଣ ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଚୋରା ଚାଲାଣ ବେଳେ ସମ୍ବଲପୁର ରୋଡ଼ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ୪୦୦୦ କଫ ସିରଫ୍‌ ବୋତଲକୁ ଜବତ କରିବା ସହ ଏହି ମାମାଲାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ ବୋଲି ଆଜି ଏସ୍‌ପି ରିଷିକେଶ ଖିଲାରୀ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନା ଅନୁସାରେ ଜବତ ୪୦୦୦ ବୋତଲ କଫ ସିରଫ ପଂଜାବ ରାଜ୍ୟର ମହାଲି ଠାରୁ ସମ୍ବଲପୁର ରାସ୍ତା ଦେଇ ଆସୁଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଟାଉନ ଥାନା ଆଇଆଇସିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ଟାଉନ ପୋଲିସ ଏକ ଟିମ୍‌ ଗଠନ କରିବା ସହ ଚଢାଉ କରିଥିଲା । ଚଢାଉରେ ୪୦୦୦ ବୋତଲ କଫ ସିରଫ୍‌ ଓ ଘଟଣାରେ ବ୍ୟବହୃତ ୩ ଟି ଗାଡ଼ିକୁ ପୋଲିସ ଜବତ କରିଛି । ତା’ ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ପୁଇଁତଲା ଥାନା ଅର୍ନ୍ତଗତ ଭୁର୍ସିପାଲିର ରଂଜନ ସ୍ୱାଇ (୨୬) ଓ ରମାକାନ୍ତ ସ୍ୱାଇଁ (୩୦) ହୋଇଥିବା ବେଳେ କୁଲ୍‌ଥିପାଲିର ପଦ୍ମନାଭ ପ୍ରଧାନ ଓରଫ ପିଙ୍କୁ ଏବଂ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ହାତିଶାଲ ପଡ଼ାର ପରମେଶ୍ୱର ଖର୍ସେଲ (୨୨)ଓ ସୁବାଶିଷ ବାଗ (୨୨), ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଗ୍ରାମର ସିବାଶିଷ ଅଭିଜିତ ସାହୁ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶ୍ରୀ ଖୀଲାରୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.