ବଲାଙ୍ଗିର ସାମ୍ୱାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁଙ୍କ ଆହ୍ୱାନ କ୍ରମେ ସମସ୍ତ ବ୍ଲକର ସରପଞ୍ଚ ସଙ୍ଘ ସଭାପତି ଓ ବରିଷ୍ଠ ସରପଞ୍ଚମାନଙ୍କୁ ନେଇ ଜିଲ୍ଲା ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ଲକରୁ ଆସିଥିବା ସଭାପତି ଓ ବରିଷ୍ଠ ସରପଞ୍ଚ ମାନେ ବର୍ତ୍ତମାନ କିଭଳି ସରକାର ପଞ୍ଚାୟତିରାଜ ସମ୍ବିଧାନ ଦେଇଥିବା ବ୍ୟବସ୍ଥାକୁ ଉଲ୍ଲଘଂନ କରି ଧିରେ ଧିରେ ପ୍ରଶାସନିକ ଚିଠି ବଳରେ ସମସ୍ତ କ୍ଷମତା କ୍ଷୁର୍ଣ୍ଣ କରି ଚାଲିଛନ୍ତି ସେ ଉପରେ ଆଲୋକପାତ କରିଥିଲେ । ସେ ଭିତରୁ ପଲ୍ଲୀସଭା ଓ ଗ୍ରାମ ସଭାର ମହତ୍ତ୍ଵ ପଞ୍ଚାୟତିରାଜ ବ୍ୟବସ୍ଥାରେ ଅତ୍ୟନ୍ତ ଗୁରତ୍ଵପୂର୍ଣ୍ଣ ଭୂମିକା ରହିଥିବା ବେଳେ ବର୍ତ୍ତମାନ ତାହାର ଖୁଲାଖୁଲି ଉଲଂଘନ ହେଉଥିବା ଅଭିଯୋଗ କରିବା ସହ ଗ୍ରାମମାନଙ୍କରେ ହେବାକୁ ଥିବା ଉନ୍ନତିମୂଳକ କାମ ତଥା ସରକାର ବିଭିନ୍ନ ଲୋକାଭମୁଖୀ ଯୋଜନା ଯଥା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ହିତାଧିକାରୀ ପ୍ରଭୁତିରୀ ଚୟନ ପ୍ରସ୍ତାବ ଗ୍ରାମ ସଭା ମାଧ୍ୟମରେ ହେବା କଥା କିନ୍ତୁ ଏହା ସବୁ ପ୍ରଶାସନ ଚୟନ କରି ଗ୍ରାମ ସଭାରେ ପାରିତ କରିବା ପାଇଁ ବାଧ୍ୟ କରାଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତକୁ ସ୍ୱାୟତ୍ତ କ୍ଷମତା ଦିଆଯାଇଥିଲେ ମଧ୍ୟ ପଞ୍ଚାୟତର ସମସ୍ତ କାମ ପାଇଁ ବ୍ଲକ୍‌କୁ ଦୌଡିବାକୁ ପଡୁଛି । ପଞ୍ଚାୟତର ଉନ୍ନତିମୂଳକ କାମ ପାଇଁ ଫାଇଲ ଖୋଲା ଠାରୁ ଟଙ୍କା ଉଠାଣର ସମସ୍ତ କ୍ଷମତା ପଞ୍ଚାୟତରେ ରହିବା କଥା ତାହା ବିଡିଓମାନଙ୍କୁ ଦିଆଯାଇଛି ଯାହା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଓଲଟା ହେଉଛି । ବର୍ତ୍ତମାନ ସରପଞ୍ଚ ଚାହିଁଲେ ଗରିବ ଲୋକମାନଙ୍କୁ ଘର ଟିଏ କିମ୍ବା ଭତ୍ତା ଟିଏ କିମ୍ବା ରାସନ କାର୍ଡ ଗୋଟିଏ କରେଇ ଦେବାର ମଧ୍ୟ କ୍ଷମତା ନାହିଁ ଯାହାକି ଅତି ଦୁଃଖର ବିଷୟ । ରାସନ କାର୍ଡ ୨୦୧୧ ଜନ ଗଣନା ଆଧାରରେ ହୋଇଥିଲା କିନ୍ତୁ ଆଜକୁ ୧୧ ବର୍ଷ ହୋଇଯାଇଥିଲେ ହେଁ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଉ ନାହିଁ ଯାହା ଫଳରେ ଦୁଇ ଜଣ ଥିବା ପରିବାର ଆଜି ପାଞ୍ଚ ଜଣିଆ ପରିବାରରେ ହୋଇସାରିଲାଣି ହେଲେ ଛୁଆ ମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ପ୍ରାୟ ସମସ୍ତ ଗ୍ରାମରେ ଜଳ ଯୋଗାଣର ବ୍ୟବସ୍ଥା ହୋଇ ଗଲାଣି ଓ ଗ୍ରାମାଞ୍ଚଳରେ ରାସ୍ତା କଡ଼ ଲାଇଟ ଲଗାଯାଉଛି ଜିଲ୍ଲାପରିଷଦ ଓ ଜନ ପ୍ରତିନିଧିଙ୍କ ଦ୍ଵାରା କିନ୍ତୁ ତାହାର ବିଦ୍ୟୁତ ବିଲ୍ ପୈଠ କରିବାକୁ ପଡୁଛି ପଞ୍ଚାୟତକୁ । ଟାଟା କମ୍ପାନୀ ଦ୍ଵାରା ୟୁନିଟ ପିଛା ଦର ୫ ଟଙ୍କା ଉପରେ ଥିବାରୁ ଉଭୟ ସରକାର ଦେଉଥିବା ସିଲଫ୍‌ସି ଓ ଏସ୍‌ଏଫ୍‌ସି ଫଣ୍ଡର ସମସ୍ତ ଟଙ୍କା ଉନ୍ନତି କାମ ଛାଡି ବିଦ୍ୟୁତ୍ ବିଲ ପୈଠ ଓ ପାଣି ଚଳାଉଥିବା କର୍ମଚାରୀଙ୍କ ଦରମାରେ ଚାଲି ଯାଉଛି । ମନରେଗା ଯୋଜନାରେ ଅନ୍ୟ ଜିଲ୍ଲା ମାନଙ୍କରେ ବିଭିନ୍ନ ଉନ୍ନତିମୂଳକ କାମ କରାଯାଉଥିଲେ ମଧ୍ୟ ଆମ ବଲାଙ୍ଗିର ଜିଲ୍ଲାରେ ମାଟି ବୁହା କାମକୁ ଅଗ୍ରାଧିକାର ଦିଆଯାଇଥିଲେ ମଧ୍ୟ ଆଜିର ଯୁବ ପିଢ଼ି ମାଟି ବୁହା କାମ ନକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବାକି ଜିଲ୍ଲାରେ ରାସ୍ତା, ପୋଲ କାମ, ସ୍କୁଲ ବାଢ଼, ଡ୍ରେନ ତିଆରି, କେନାଲ ଲାଇନିଂ ଓ ଅନେକ କାମ ହେଉଛି ଏହା ଦ୍ୱାରା ଲୋକ କାମ ବି ପାଇଲେ ଓ ଗ୍ରାମାଞ୍ଚଳର ଉନ୍ନତି ମଧ୍ୟ ହୋଇପାରୁଛି । ସେହିପରି ନବୀନ ଓଡ଼ିଶା ମୋ ଓଡ଼ିଶା ଯୋଜନାରେ ମଧ୍ୟ ସରପଞ୍ଚମାନଙ୍କୁ ସାମିଲ କରାଯିବାକୁ ମଧ୍ୟ ଦାବୀ କରିଥିଲେ ।

ଉପରୋକ୍ତ ବିଷୟଗୁଡ଼ିକରେ ଆଲୋଚନା ସହିତ ଆଗାମୀ ଦିନରେ ଏହି ସବୁ ଅବ୍ୟବସ୍ଥାର ପ୍ରତିବାଦରେ ଜିଲ୍ଲା ସରପଞ୍ଚ ସଙ୍ଘ ତରଫରୁ ଆସନ୍ତା ମାସ ୪/୮/୨୦୨୩ ଦିନ ବଲାଙ୍ଗିରଠାରେ ଜିଲ୍ଲାର ସମସ୍ତ ୩୧୭ ଜଣ ସରପଞ୍ଚଙ୍କୁ ନେଇ ଏକ ବୈଠକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏହିଦିନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦେବାକୁ ପ୍ରସ୍ତାବ ପାରିତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସରପଞ୍ଚ ସଂଘ ସଭାପତି ବୀରବର ସାହୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ, ଉପସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ସମ୍ପାଦକ ବିଶ୍ୱ ବିହାରୀ ଯୋଶୀ, ବ୍ଲକ ସଭାପତି ଦନାର୍ଦନ ସାହୁ, ଗୀତାଞ୍ଜଳି ପଣ୍ଡା, ହରିଶ ବୁଡେକ, ସଞ୍ଜୟ ଗଡତିୟା, ଶିମ୍ମାଞ୍ଚଳ ପୁରୋହିତ, ବିଷ୍ଣୁ ପଟେଲ, ପୂର୍ଣ୍ଣିମା ବେହେରା, ପ୍ରମିଳା ସାହୁ, ପ୍ରମିଳା ଦୋରା । ଏମାନଙ୍କ ସହ ସରପଞ୍ଚ ତିଳୋତ୍ତମା ବାଗ, ସଇଲେନ୍ଦ୍ରି ମହାନନ୍ଦ, ନରେଶ ଅଗ୍ରୱାଲ, ସୁବ୍ରତ ନାଗ, ମୁନେସ ନାଗ, କୌସ୍ତୁବ ସାହୁ, ସରୋଜ ବେହେରା, ଦୂଳଧର ନାଗ, ବୈଦ୍ୟନାଥ ମିଶ୍ର, ବାବୁଲାଲ ପାଢୀ, ଶ୍ରଦ୍ଧାଞ୍ଜଳି ବେହେରା, ପ୍ରଦୀପ ବେହେରା, ରାଧାକାନ୍ତ ସାହୁ, ଗିତା ଫୁଲ ପଟେଲ, ଜାନକୀ ସାହୁ, ଭରଦ୍ୱାଜ ଗହିର, ଦୀପକ କୁମାର ଛୁରା, ବିଳାସ ପଟେଲ, ଉଗ୍ରେ ବାଗ, ନିଲାବତି ଧରୁଆ, ରଘୁବିର ମେହେର, ବିନୋଦିନୀ ନାଗ, ଗଜ କୁମ୍ଭାର ।

Leave A Reply

Your email address will not be published.