ପ୍ରତିକ୍ଷାର ଅନ୍ତ : କାଲିଠୁ ଆରମ୍ଭ ହେବ ୧୮ରୁ ୪୫ ଟୀକାକରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ଠାରୁ ବଲାଙ୍ଗିରରେ ୧୮ ରୁ ୪୫ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ କରୋନା ପ୍ରତିଷେଧକ ଟୀକାକରଣ ଆରମ୍ଭ ହେବ । ପ୍ରଥମେ ବଲାଙ୍ଗିର ସହରାଞ୍ଚଳରେ ୪ଟି କେନ୍ଦ୍ରରେ ପ୍ରତିଦିନ ୨୦୦୦ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ରବିବାର ସଂନ୍ଧ୍ୟାରୁ କୋୱିନ ଆପରେ ସ୍ଲଟ ବୁକିଂ ଆରମ୍ଭ ହେବାକୁଥିବା ବେଳେ କେବଳ ସ୍ଲଟଧାରୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି । ଆଖାପାଖ ସମସ୍ତ ଜିଲ୍ଲାରେ ୧୮ରୁ ୪୫ବର୍ଷ ପର୍ଯ୍ୟନ୍ତ ଟୀକାକରଣ ଆରମ୍ଭ ହୋଇସାରିଥିବା ବେଳେ ବଲାଙ୍ଗିରରେ ଏହା ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବୀ ହେଉଥିଲା । ବହୁ ପ୍ରତିକ୍ଷୀତ ଏହି ଦାବୀର ଆଜି ଅନ୍ତ ଘଟିଛି । ସୋମବାର ଦିନଠୁ ବଲାଙ୍ଗିରରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଟୀକାକରଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସହରର ରାଜେନ୍ଦ୍ର କଲେଜ, ଟଉନ୍‌ ହାଇସ୍କୁଲ, କଦମପଡା ସରସ୍ୱତୀ ଶିଶୁ ମନ୍ଦିର ଓ ଜେଆଇଟିଏମ୍‌ କଲେଜ ଇତ୍ୟାଦି ଚାରୋଟି କେନ୍ଦ୍ରରେ ଟୀକାକରଣ ଆରମ୍ଭ ହେବ । ପ୍ରତିଦିନ ୧୦ଟି ପର୍ଯ୍ୟାୟରେ ସମୁଦାୟ ୨୦୦୦ ଟୀକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଚାରୋଟି କେନ୍ଦ୍ର ପରିଦର୍ଶନ କରାଯାଇ କେନ୍ଦ୍ରମାନଙ୍କର ପ୍ରସ୍ତୁତି ତଦାରଖ କରାଯାଇଛି । ରବିବାର ଦିନ ସଂନ୍ଧ୍ୟାରୁ କୋୱିନ ଆପ୍‌ରେ ସ୍ଲଟ ବୁକିଂ ଆରମ୍ଭ ହେବ । କେବଳ ସ୍ଲଟଧାରୀଙ୍କୁ ଟୀକା କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ । ତେଣୁ କୋୱିନ ଆପରେ ସ୍ଲଟ ବୁକିଂ କରି ଟୀକାରଣ କେନ୍ଦ୍ରକୁ ଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ସହଜ ଟୀକାକରଣ ପାଇଁ କେନ୍ଦ୍ରମାନଙ୍କରେ ଶିକ୍ଷକ, ଏନସିସି ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ଚଂଚଲ ରାଣା ସୂଚନା ଦେଇଛନ୍ତି । ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ପୌରଅଧିକାରୀ ବିପିନ ଦୀପ, ପଡି ଡୁଡା ସୁଦର୍ଶନ ସାଏ, ସିଡିଏମଓ ଡା ଭିମ ସାହୁ, ଏଡିଏମଓ ଡା ଦିବ୍ୟକିଶୋର ପତି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରେ ଏବେ କେବଳ ୬୦୦୦ ଭେକ୍ସିନ ମହଜୁଦ ଥିବା ବେଳେ ସାନି ଟୀକା ଯୋଗାଣ ବାଧାପ୍ରାପ୍ତ ହେଲେ ଟୀକାକରଣ ବନ୍ଦ ହେବା ଆଶଙ୍କା ଲାଗି ରହିଛି ।

Leave A Reply

Your email address will not be published.