oom

ନଭେମ୍ବର ୧ରେ ବଲାଙ୍ଗିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବଲାଙ୍ଗିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଭାବରେ ତା.୧.୧୧.୧୯୪୯ରିଖ ବିବେଚିତ ହୋଇଥିଲା । ଏହାକୁ ଭିତ୍ତି କରି ଗତ ବର୍ଷ କୋଭିଡ୍‌-୧୯ କଟକଣା ନିୟମକୁ ମାନି ପାଳନ କରାଯାଇଥିଲା । ଠିକ୍‌ ସେହିପରି ଏ ବର୍ଷ ମଧ୍ୟ ୧ ନଭେମ୍ବରରେ ପାଳନ କରାଯିବା ପାଇଁ ସ୍ଥିରକୃତ ହୋଇଛି ଏବଂ ଆଗାମୀ ସପ୍ତାହରେ ବଲାଙ୍ଗିରର ସବୁ ସାମାଜିକ, ସାସ୍କୃତିକ, ବୁଦ୍ଧିଜୀବୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ବୈଠକରେ ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ସଭା ପରିଚାଳନା କରିଥିଲେ । ପଶ୍ଚିମ ଓଡିଶା ଯୁବା ମଂଚର ଖଗେଶ୍ୱର ପ୍ରଧାନୀ, ସୂଚନା ଅଧିକାର କର୍ମୀ ଶମ୍ଭୁ ଶତପଥି, କୋଶଲୀ କବି ଅର୍ଜୁନ ସାହୁ, ଯାଦବ ସମାଜର ଅଷ୍ଟମୀ ବଗର୍ତ୍ତୀ, ଆଦିକନ୍ଦ ବଗର୍ତ୍ତ, ବିଭୁ କଲ୍ୟାଣ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.