oom

ରଜ କୁଇନ୍’ ଭାବରେ ସମ୍ମାନିତ ହେଲେ ବଲାଙ୍ଗିରର ଝିଅ ସୁରାଲି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଝିଅ ସୁରାଲି ମହାନ୍ତିଙ୍କୁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ‘ରଜ କୁଇନ୍’ ଭାବରେ ସମ୍ମାନିତ କରାଯାଇଛି । ସିଦ୍ଧି ଗୋଷ୍ଠୀ ଓ ସାରଳା ଚେୟାରର ସହଯୋଗରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପରମ୍ପରା, ପ୍ରତିଭା ଏବଂ ବୁଦ୍ଧି ଆଧାରିତ ଚାରିଟି ଆକର୍ଷଣୀୟ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶେଷ ପର୍ଯ୍ୟାୟରେ ସୁରାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଶାନ୍ତତା ଏବଂ ସାଂସ୍କୃତିକ ଗର୍ବ ବିଚାରକମାନଙ୍କୁ ପ୍ରଭାବିତ କରିଥିଲା । ଶେଷରେ ସୁରାଲିଙ୍କୁ ରଜ କୁଇନ ଆଖ୍ୟାରେ ସମ୍ମାନିତ କରାଯାଇଥିଲା । ପ୍ରକାଶ ଯେ, ସୁରାଲି ଗତବର୍ଷ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ-ଭିତ୍ତିକ ପ୍ରତିଯୋଗିତାରେ ‘ଶ୍ରୀମତୀ ଓଡ଼ିଆଣୀ’ ଉପାଧି ଅର୍ଜନ କରିଥିଲେ । ଜାତୀୟ ରାଜଧାନୀର ଏପରି ଏକ ପ୍ରମୁଖ ମଞ୍ଚରେ ବିଜୟକୁ “ତାଙ୍କ ଆଧାର ଏବଂ ନାରୀତ୍ୱ ଉଭୟ ପାଇଁ ଏକ ଗର୍ବର ମୁହୂର୍ତ୍ତ” ବୋଲି ସୁରାଲି କହିଛନ୍ତି । ଖବର ପ୍ରଚାର ହେବ ପରେ ସୁରାଲିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.