ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ହ୍ନରେ ବଲାଙ୍ଗିର ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି । ବଲାଙ୍ଗିର ଡିଏସପିଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଚଢ଼ାଉରେ ସାମିଲ୍ ଥିବା କୁହାଯାଉଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ ସୁଦର୍ଶନ ବେହେରା ବଲାଙ୍ଗିର ଆୟୁର୍ବେଦିକ କଲେଜରେ ଯୋଗ ଦେଇଥିଲେ । ମାତ୍ର ଗୋଟିଏ ଦିନ କାମ କରିବା ପରେ ଛୁଟି ନେଇ ନିଜ ପୈତୃକ ବାସଭବନକୁ ଚାଲିଯାଇଥିବା ସୂଚନା ରହିଛି । ତେବେ ପୂର୍ବରୁ ପୁରୀରେ ତାଙ୍ଙ୍କ ନାମରେ ଗୁରୁତର ଅଭିଯୋଗ ରହିଥିଲା । ଏମିତିକି କିଛି ଦିନ ତଳେ ତାଙ୍କ କଳା କାରନାମା ଜଣାପଡ଼ିବ ପରେ ତାଙ୍କୁ ଦଣ୍ଡ ସ୍ୱରୂପ ବଦଳି କରାଯାଇଥିବା ଆଲୋଚନା ହେଉଛି ।