ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱତନ୍ତ୍ର ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏ‌ସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପିତୃମାତୃ ଶିକ୍ଷକ ସଂଘ ତଥା ପରିଚାଳନା ସମିତି ଏବଂ ଆସ ସ୍କୁଲ ଯିବା କମିଟୀର ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପିଟିଏମ୍ ଅସ୍ଥାୟୀ ସଭାପତି ଟୁନା ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇ ଅଧା ପାଠ ପଢି ସ୍କୁଲ ଛାଡିଥିବା ଓ ଆଦୌ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଆସ ସ୍କୁଲ ଯିବା ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରଞ୍ଜିତା ନାଗ, ବିନ୍ଦୁ ମାହାଣା, ଆକାଂକ୍ଷା ରାଣୀ ଯୋଶୀ ଏବଂ ପାଚିକା ଗିତା ଦର୍ଜୀ ଓ ଗୁଣବତୀ ମହାଲିଙ୍ଗ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରି ବିଭିନ୍ନ ନାରା ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.