ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତା : ମୋ ଭାରତ ବିକଶିତ ଭାରତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବ ବ୍ୟାପାର କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗଞ୍ଜାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥକ୍ଲବ ଅନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଦିଗଦର୍ଶନ ଅନୁଷ୍ଠାନର ପ୍ରତିଷ୍ଠାତା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୋ ଭାରତ ବିକଶିତ ଭାରତ ସମ୍ପର୍କରେ ପ୍ରତିଯୋଗୀମାନେ ବକ୍ତବ୍ୟ ରଖିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିବା ସହ ବିକଶିତ ଭାରତ କ୍ଷେତ୍ରରେ ଯୁବ ସମାଜର ଭୂମିକା ସମ୍ପକରେ ବକ୍ତବ୍ୟ ପ୍ରଦାନ ରଖିଥିଲେ । ମୁଖ୍ୟବକ୍ତା ଗଞ୍ଜାମ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଡ. ଲୋକନାଥ ମିଶ୍ର, ଯଶୋଦା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଲିପିକା ଦାଶ, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଦିଗଦର୍ଶନ ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ପିତା ପଣ୍ଡା ପ୍ରଥମ, ଆର. ଧବଳେଶ୍ୱର ରେଡି, ଦ୍ୱିତୀୟ, ଅରର୍ଶ୍ମୀତା ମହାରଣା ଓ ରଶ୍ମୀ ରଞ୍ଜନ ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଅର୍ପିତା ପଣ୍ଡା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ସୁନିଲ କୁମାର ବେହେରା, ନେହେରୁ ଯୁବକେନ୍ଦ୍ର ବ୍ଲକ ସଂଯୋଜିକା ସୁଶ୍ରୀ ବିଷ୍ଣୁପ୍ରିୟା, ମହାପ୍ରସାଦ ମହାପାତ୍ର ପ୍ରମୁଖ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

Leave A Reply

Your email address will not be published.