om academy

ସଂଚୟ ପକ୍ଷ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଭବନଠାରେ ସଂଚୟ ପକ୍ଷ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ବର୍ଗ ପାଇଁ “ସମୃଦ୍ଧିର ସିଢିକୁ ସ୍ୱଳ୍ପ ସଂଚୟ ପାହାଚ’’ ଓ ବରିଷ୍ଠ ବର୍ଗ ପାଇଁ “ଆର୍ଥିକ ଅନ୍ତର୍ଭୁକ୍ତି କରଣ କାହିଁକି ?’’ ବିଷୟବସ୍ତୁ ରଖାଯାଇଥିଲା । ପ୍ରତିଯୋଗିତାରେ ବିଚାରକ ମର୍ଯ୍ୟାଦାରେ ଜଗଦାନନ୍ଦ ଛୁରିଆ, ଆନନ୍ଦ ଚନ୍ଦ୍ର ସାହୁ, ସନାତନ ଠାକୁର, ଅଚ୍ୟୁତ ପୁରୋହିତ, ରେବତୀକାନ୍ତ ସାହୁ, ସଂନ୍ଦୀପ କୁଁଅର ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିଜୟ କୁମାର ଶତପଥି ପ୍ରତିଯୋଗିତା ପରିଚାଳନା କରିଥିଲେ । କନିଷ୍ଠ ବର୍ଗରେ ଶ୍ୱେତାପରିମିତା ପଟେଲ, ଇପସିତା ପଟ୍ଟନାୟକ, ଶିବାନୀ ବିଶ୍ୱାଳ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ବରିଷ୍ଠ ବର୍ଗରେ ଅଭିଳାଷ ପଣ୍ଡା, ଓମ୍‌ ଅମୃତ ମହାନ୍ତି ଓ ସୋନି ଶତପଥି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଅପରାହ୍ନରେ କିଲଟରୀ ସ୍ଥିତ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଏକ ସ୍ୱତନ୍ତ୍ର ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କର ପୁରସ୍କାର ରାଶି ସେମାନଙ୍କ ବ୍ୟାଙ୍କ ପାସ୍‌ବୁକ୍‌କୁ ପ୍ରେରଣ କରାଯିବ ବୋଲି ସୁଶ୍ରୀ ସୋନିଆଶ୍ରୀ ମଲ୍ଲିକ ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ସୂଚନା ଦେଇଥିଲେ । ସୁଶ୍ରୀ ମଲ୍ଲିକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.