oum

ବଜ୍ରପାତରେ ବିବାହିତ ଯୁବକଙ୍କ ମୃତ୍ୟୁ

jsm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି ଅପରାହ୍ନ ସମୟରେରେ ବଜ୍ରପାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମତେ କର୍ଲାମୁଣ୍ଡା ବ୍ଲକର ପୌରକେଲା ଗ୍ରାମର ଲିଙ୍ଗରାଜ ରଣା (୩୭) ନିଜ କ୍ଷେତରେ ଥିବା ବେଳେ ହଠାତ୍‌ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ପତ୍ନୀ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଖବର ପାଇ ରିଷିଡା ପୁଲିସ ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି । ଆସନ୍ତାକାଲି ମ. ରାମପୁର ଠାରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.