ବଲାଙ୍ଗିର, (କେପିଏନ୍ଏସ୍) : ଟିଟିଲାଗଡ ବ୍ଲକ ଭାଲେ ଗାଁ ଠାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଭାଲେ ଗାଁର ବେଣୁ ରଣା(୬୦) ହୋଇଥିବା ବେଳେ ଗୁରୁତର ଅନ୍ୟ ୨ ଜଣ ବ୍ୟକ୍ତିମାନେ ହେଲେ ଧନୁର୍ଯ୍ୟୟ ରଣା ଓ ସୁବାଷ ରଣା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଭାଲେ ଗାଁ ଠାରେ ବଜ୍ରପାତ ହୋଇଥିବା ବେଳେ ଏଥିରେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇ ପ୍ରଥମେ ଟିଟିଲାଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଟିଟିଲାଗଡ ମେଡିକାଲରେ ଡାକ୍ତର ବେଣୁ ରଣାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ୨ ଜଣ ଧନୁର୍ଯ୍ୟୟ ଓ ସୁବାଷଙ୍କୁ ଡାକ୍ତର ବଲାଙ୍ଗିରକୁ ସ୍ଥାନାନ୍ତରିତ କରିଥିଲେ । ଏବେ ଧନୁର୍ଯ୍ୟୟ ଓ ସୁବାଷ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ଥିବା ଜଣାପଡିଛି ।
Prev Post