lika

ବଜ୍ରାଘାତରେ ନିରୀହ ବିଧବା ନୃପତି ମାଝିଙ୍କ ମୃତ୍ୟୁ

gbag

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଜାମକି ଗାଆଁରେ ଆଜି ମଧ୍ୟାହ୍ନରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ଜଣେ ବିଧବା ମହିଳା ନୃପତି ମାଝି(୪୫) ନିଜ କ୍ଷେତରୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂର ପୋଲ ପାଖରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ମୃତ ମହିଳାଙ୍କ ସ୍ଵାମୀ ଭୁଜନ ମାଝି ପ୍ରାୟ ବାର ବର୍ଷ ହେବ ମୃତ୍ୟୁବରଣ କରି ସାରିଥିବା ବେଳେ ମୃତ ମହିଳା ଚାରୋଟି ପୁଅ ଝିଅଙ୍କର ଭରଣ ପୋଷଣ କରି ଆସୁଥିଲେ । ତେବେ ଗୋଟିଏ ଝିଅକୁ ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ସାନବାଙ୍କି ଓ ଅନ୍ୟ ଝିଅକୁ ତୁରେକେଲା ଗ୍ରା.ପ. ଅନ୍ତର୍ଗତ ମହୁଲବାଲି ଗାଁରେ ବିବାହ କରିଥିବା ବେଳେ ବର୍ତ୍ତମାନ ଝିଅ ତୁଲେମଣି ମାଝି(୧୬) ଓ ପୁଅ ତୁଲାରାମ ମାଝି (୧୩)ଙ୍କ ଭରଣ ପୋଷଣ କରିବାକୁ କେହି ନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

babaa
Leave A Reply

Your email address will not be published.