om academy

ରାଉରକେଲାରେ ସାରଦା ଓ ରଘୁନାଥପାଲିରେ ଦୁର୍ଗା, ବଣେଇରୁ ଲକ୍ଷ୍ମଣ, ବିରମିତ୍ରପୁରରୁ ରୋହିତ, ସୁନ୍ଦରଗଡରୁ ଯୋଗେଶ, ତଳସରାରୁ ଭବାନୀ, ରାଜଗାଙ୍ଗପୁରରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ୍‌

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ଚର୍ଚ୍ଚିତ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ନିର୍ବାଚନ ଆଶ୍ୱର୍ଯ୍ୟ ଜନକ ଫଳାଫଳ ପ୍ରକାଶ କରିଛି । ଚଳିତ ନିର୍ବାଚନରେ ବିରୋଧି ଆସନରେ ଥିବା ବିଜେପି ଏଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ବିଜେଡି ଏବେ ବିରୋଧୀ ଆସନରେ ବସିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ସବୁଠାରୁ ଗୁରତ୍ୱପୂର୍ଣ୍ଣ ତଥା ରୋଚକ ଲଢେଇ ରାଉରକେଲାରେ ଦେଖିବାକୁ ମିଳିଛି । ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାଥୀ ସାରଦା ପ୍ରସାଦ ନାୟକ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୫୭୯ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସାରଦା ୬୪୬୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲୀପ ୬୧୧୦୮ ଖଣ୍ଡ ଭୋଟ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ମାତ୍ର ୮୭୫୧ ଭୋଟ ପାଇଛନ୍ତି । ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜେଡି ପ୍ରାର୍ଥୀ ଅର୍ଚ୍ଚନାରେଖା ବେହେରାଙ୍କୁ ୫୭୭୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଦୁର୍ଗାଚରଣ ୫୧୧୮୯ ଖଣ୍ଡ ଭୋଟ ପାଇଥିବା ବେଳେ ଅର୍ଚ୍ଚନା ୪୫୪୧୫ ଖଣ୍ଡ ଭୋଟ ପାଇଥିଲେ । ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ୧୭୦୩୮ ଭୋଟ ପାଇଛନ୍ତି । ବଣେଇ ନିର୍ବାଚନ ମଣ୍ଡଳୀରୁ ସିପିଆଇ ଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀଙ୍କୁ ୨୩୩୯୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଲକ୍ଷ୍ମଣ ୮୦୭୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଭୀମସେନ ୫୭୩୦୪ ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା ବିଜେପିର ସାବିତ୍ରୀ ନାଏକ ୨୯୭୯୩ ଖଣ୍ଡ ଭୋଟ ପାଇଛନ୍ତି । ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ରୋହିତ ଯୋଶେଫ ତିର୍କି ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କୁ ୭୬୭୯ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ରୋହିତ ୮୩୮୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଶଙ୍କର ୭୬୯୪୩ ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା ଝାଡ଼ଖଣ୍ଡ ପାର୍ଟି ତରଫରୁ ରେମିଶ ଜୋଜୋ ୮୮୨୦ ଖଣ୍ଡ ଭୋଟ ପାଇଛନ୍ତି । ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଯୋଗେଶ କୁମାର ସିଂ ବିଜେପିର ପ୍ରାର୍ଥୀ କୁସୁମ ଟେଟେଙ୍କୁ ୯୨୭୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଯୋଗେଶ ୮୫୭୯୮ ଖଣ୍ଡ ଭୋଟ ପାଇଥିବା ବେଳେ କୁସୁମ ୭୬୫୨୨ ଖଣ୍ଡ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା କଂଗ୍ରେସର ସୁଧାରାଣୀ ରାଉଡିଆ ୮୧୬୫ ଖଣ୍ଡ ଭୋଟ ପାଇଛନ୍ତି । ତଳସରା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀ ବିନୟ କୁମାର ଟୋପ୍ପୋଙ୍କୁ ୧୬୮୪୭ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଭବାନୀ ୬୮୩୦୪ ଖଣ୍ଡ ଭୋଟ, ବିନୟ ୫୧୪୫୭ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭିତିରିଆ ୩୫୦୦୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଡାକ୍ତର ସିଏସ୍ ରାଜନ୍ ଏକ୍କା ୧୦୫୭୪ ଭୋଟରେ ବିଜେଡ଼ିର ଅନିଲ ବରୁଆଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଡ. ଏକ୍କା ୬୪୯୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଅନିଲ ୫୪୪୪୪ ଖଣ୍ଡ ଓ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ୪୯୩୫୫ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସୁନ୍ଦରଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରୀ ଓରାମ ୯୦୯୨୮, ଶ୍ରୀ ତିର୍କୀ ୭୦୮୫୯ ଓ ଶ୍ରୀ ଦେହୁରୀ ୧୦୩୨୯ ଖଣ୍ଡ ଭୋଟ ପାଇଛନ୍ତି ।

Leave A Reply

Your email address will not be published.