ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବୀର ମାଟିର ଦୁଇ ଝିଅଙ୍କ ବାଜିମାତ

ପାଟଣାଗଡ, (ଗୋରେଖନାଥ ବରିହା) : ପରିଶ୍ରମ ହିଁ ସଫଳତାର ଏକମାତ୍ର ବିକଳ୍ପ । ଏହାକୁ ପ୍ରମାଣ କରିଦେଇଛନ୍ତି ପାଟଣାଗଡ଼ ବୀର ମାଟିର ୨ ସୁଯୋଗ୍ୟ ସନ୍ତାନ । ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ପରୀକ୍ଷାର୍ଥି ପାଟଣାଗଡ଼ ଉପଖଣ୍ଡ ତଥା ବୀର ମାଟିର ହୋଇଥିବାରୁ ଅଞ୍ଚଳରେ ଏବେ ଖୁସିର ଲହରି ଖେଳିଯାଇଛି । ଗତ ଶୁକ୍ରବାର ପ୍ରକାଶିତ ୟୁପିଏସସି ପରୀକ୍ଷାରେ ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ପଞ୍ଚାୟତ ଦଳପାଲି ଗ୍ରାମର ରୁଦ୍ରମଣି ମେହେରଙ୍କ ଝିଅ ନୀତୁଶ୍ରୀ ମେହେର ୧୧୩ ନମ୍ବର ସ୍ଥାନ ରଖିଥିବା ବେଳେ ଏହି ବ୍ଲକ ଉଲବା ପଞ୍ଚାୟତ ଉଲବା ଗ୍ରାମର ନୀଳମଣୀ ମେହେର ଓ ବୃନ୍ଦାବତୀ ମେହେରଙ୍କ ଝିଅ ସସ୍ମିତା ମେହେର ୩୩୧ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ନିଜର ନିଷ୍ଠା, ମା’, ବାପା ଓ ଗୁରୁଜନଙ୍କ ଆର୍ଶୀବାଦ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଚିତ ମାର୍ଗଦର୍ଶନ, ଭାଇଭଉଣୀ ଓ ଅଭିଭାବକଙ୍କ ପୂର୍ଣ୍ଣ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସାଧାରଣ ଗରିବ ଲୋକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରଧାନ୍ୟ ଦେବେ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.

error: Content is protected !!