ବିଜେଡି ଗଡରେ ବିଜେପିର ବାଜିମାତ

ବରଗଡ, (ନିରୋଜ କୁମାର ପାଣୀ) : ୨୦୨୨ ପଞ୍ଚାୟତ ନିର୍ବାଚନରେ ସରଗରମ ରହିଥିଲା ବରଗଡ ବ୍ଲକ ଜୋନ-୧ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତ । ରାଜନୀତିରେ ଗୁଡେଶିରା ପଞ୍ଚାୟତକୁ ବିଜେଡ଼ିର ଗଡ ବୋଲି କୁହାଯାଇ ଥାଏ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ଗୁଡେଶିରା ପଞ୍ଚାୟତରେ ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କୁ ୧୮୦୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ପୁଷ୍ପା ଭୋଇକୁ ୧୭୧୭ ଖଣ୍ଡ ଭୋଟ ମିଳିଛି । ସୂଚନା ଯୋଗ୍ୟ ଯେ, ଗୁଡେଶିରା ପଞ୍ଚାୟତ ହେଉଛି ଭାରତୀୟ ଜନତା ଯୁବମୋର୍ଚ୍ଚା ବରଗଡ ଜିଲ୍ଲାର ସମ୍ପାଦକ ଘନଶ୍ୟାମ ସାହୁଙ୍କ ପଞ୍ଚାୟତ । ଏହି ଗୁଡେଶିରା ପଞ୍ଚାୟତରେ ବିଗତ ଦୁଇ ବର୍ଷରେ ଘନଶ୍ୟାମଙ୍କ କଠିନ ପରିଶ୍ରମ ଓ ସଙ୍ଗଠନକୁ ମଜଭୁତ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ । ଘନଶ୍ୟାମ ପ୍ରଥମେ ଗୁଡେଶିରା ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓ କହିଛନ୍ତି ସଂଘର୍ଷ ପୂର୍ଣ୍ଣ କର୍ମର ଫଳ କେବେବି ବ୍ୟଥା ଯାଏନି । ବିଗତ ଦୁଇ ବର୍ଷରେ ଗୁଡେଶିରା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଲୋକଙ୍କ ସୁଖ ଦୁଃଖରେ ଠିଆ ହୋଇଛି, ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ବୋଲି ଘନଶ୍ୟାମ କହିଛନ୍ତି ।

Leave A Reply

Your email address will not be published.