୧୫ ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟବନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଆଗଲପୁରକୁ ହରାଇ ପଦ୍ମପୁରର ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ୨ଦିନ ଧରି ୧୫ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ହୋଇଥିଲା । ସହରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୫୦ଟି ଦଳକୁ ନେଇ ଖୁବ ରୋମାଂଚକ ଭାବେ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟେଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଶେଷ ଦିନରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୂଏ, ଉପଖଣ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଟାଉନ୍ କ୍ଲବର ସଭାପତି ଶିରିଷ କୁମାର ବହିଦାର, କୋଷାଧ୍ୟକ୍ଷ ଗୋବିନ୍ଦ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ ।

ଟୁର୍ଣ୍ଣାମେଣ୍ଟକୁ ସୁରୁଖୁରୁରେ ଚଳାଇବା ପାଇଁ ରେଫରି ଭାବେ କିଶୋର ପାତ୍ର, ରିତେଶ ସାହୁ ଓ ବାଲଗୋପାଳ ପାଣିଗ୍ରାହୀ ଦାଇତ୍ବରେ ତୁଳାଇ ଥିବା ବେଳେ ଟାଉନ କ୍ଲବ, ପଦ୍ମପୁର ଓ ବେଡମିଣ୍ଟନ ଏସୋସିଏସନର ସଦସ୍ୟ ଗଣ ଉପସ୍ଥିତିରେ ସମସ୍ତ କାର୍ୟ୍ୟକ୍ରମ ସଠିକ ଭାବେ ସଂପନ୍ନ କରାଇ ଥିଲେ । ଫାଇନାଲ ମ୍ୟାଚ ପଦ୍ମପୁର ହରିଶଙ୍କର ସିଂ ପାଟନର ଫିରୋଜ ଖାଁ ଓ ଆଗଲପୁରର ଶୋମ୍ୟ ପାଟନର ସୁଦୀପ୍ତଙ୍କ ମଧ୍ୟରେ ରୋମାଂଚକ ମ୍ୟାଚ ଦେଥିବାକୁ ମିଳିଥିଲା ଏବଂ ପଦ୍ମପୁର ଆଗଲପୁର କୁ ହରାଇ ଫାଇନାଲ ଟ୍ରଫି ବାଜିମାତ କରି ନେଇଥିଲା । ପରିଶେଷରେ ଟାଉନ କ୍ଲବର ସଂପାଦକ ପ୍ରତାପ କୁମାର ମିଶ୍ର, ସ୍ବର୍ଗତ ଶେଖ ହାଇଦରଙ୍କ ପୁତ୍ର ଶେଖ ୱସିମ ରାଜା, ସେଖ ଗୁଲାମ ଆକବର , ପ୍ରିତେଶ କୁମାର ବହିଦାର, ଜୟ ପ୍ରକାଶ ଅଗ୍ରୱାଲ, ମହମ୍ମଦ ଆଫତାଫ, ମିଲୁ ସାହୁ ପ୍ରମୁଖ ଉପସ୍ଥିତିରେ ପୁରସ୍କାର ବିତରଣୀ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା । ପରିଶେଷରେ ଜି.ଶ୍ରୀନିବାସ ଧନ୍ୟବାଦ ବକ୍ତବ୍ୟ ପ୍ରଦାନ କରି ଟୁର୍ଣ୍ଣାମେଣ୍ଟ ଉଦଯାପିତ କରାଯାଇଥିଲା ।

Leave A Reply

Your email address will not be published.