
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଗର୍ଭବତୀ ମାଁ ଓ ଛୋଟ ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ତଥା ତାଙ୍କର ଶରୀର ସୁସ୍ଥ ରହିବା ପାଇଁ ଛତୁଆ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥାଏ । ତେବେ ଦୁଇ ଛତୁଆ ପ୍ରସ୍ତୁତ କରିବା ପାଇଁ ଯେଉଁ ହିସାବରେ ସରକାର ଅର୍ଥ ଯୋଗାଉଛନ୍ତି ସେହି ପରିମାଣରେ, ସେହି ଗୁଣବତ୍ତା ମାନର ଛତୁଆ ହିତାଧିକାରୀଙ୍କୁ ମିଳୁନି, ତାହେଲେ ଏତେ ଖର୍ଚ୍ଚ କରି ଯଦି ପୁଷ୍ଟିକର ଛତୁଆ ପାଇଲେ ନାହିଁ ତାହେଲେ ଲାଭ କଣ ଛତୁଆ, ବାଦାମ ଲଡୁ ଯେଉଁ ମାନରେ ଯୋଗାଣ ହେଉଚି ଦେଖିଲେ ହିଁ କେହି ଖାଉ ନାହାନ୍ତି, ସେହି ଛତୁଆ ଏବଂ ବାଦାମ ଲଡୁକୁ ଗାଈ ପାଳନ କରୁଥିବା ଚାଷୀଙ୍କୁ ହିତାଧିକାରି ମାନେ ଦେଇଦେଉଛନ୍ତି । ତାହେଲେ ପୁଷ୍ଟିକର ଖାଦ୍ୟ କିଏ ଖାଇଲା ? ସହରର କିଛି ବ୍ୟବସାୟୀ ହିତାଧିକାରୀ ଏବଂ ଯୋଗାଉଥିବା ଲୋକଙ୍କଠାରୁ କିଣୁଛନ୍ତି ତଥା କିଛି ଦୋକାନି ନିଜ ଦୋକାନରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ପୂର୍ବ ରାଜ୍ୟ ସରକାର ଥିଲା ବେଳେ ଏହି ଦୁର୍ନୀତି ବିଷୟରେ ଯେତେ ଅଭିଯୋଗ କଲେ ବି କିଛି ସୁଫଳ ମିଳି ନ ଥିଲା । ତେବେ ଏବେ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର, ଓଡ଼ିଶାରେ ପୁଣି ଲୋକଙ୍କ ସରକାର ଯାହାକି ମୋହନ ମାଝୀଙ୍କ ସରକାର ଚାଲିଛି । ଏ ଦିଗରେ ଯଥା ଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ରାଜ୍ୟ ବ୍ୟାପୀ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ । ଆଉ ଯଦି ନ ହେଉଚି ତାହେଲେ ଛତୁଆ ବର୍ଷକୁ ଜଣେ ହିତାଧିକାରୀଙ୍କୁ ଯେତେ ଟଙ୍କା ଖର୍ଚ୍ଚ କରି ଦିଆଯାଉଛି ସେହି ପରିମାଣର ଅର୍ଥ ହିତାଧିକାରୀଙ୍କ ଖାତାକୁ ଦିଆଗଲେ ଏହି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି । ନହେଲେ ଯୋଜନା କେବଳ କାଗଜପତ୍ରରେ ଚାଲିଥିବ ଆଉ କୁ ପୋଷଣର ଶିକାର ହୋଇ ଚାଲିଥିବେ ଆଗାମୀ ଦିନର ଭବିଷ୍ୟତ ମାନେ । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଉ ନହେଲେ ଏମିତି ନିମ୍ନ ମାନର ଛତୁଆ ବାଦାମ ଲଡୁ ଖାଇ ଯଦି କାହାର କଣ ହୋଇଯାଏ ତାହାର ଭରଣ କେହି ବି କରି ପାରିବେନି । ଛୋଟ ଛୋଟ କୋମଳ ମତି ଶିଶୁଙ୍କୁ ଉପଯୁକ୍ତ ମାନର ଛତୁଆ ବଣ୍ଟନ କରିବାକୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ମଧ୍ୟ ଦାବି କରିଛନ୍ତି ।